
ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ୪୪ତମ ଯୁବ ଛାତ୍ର ଛାତ୍ରୀ ସମ୍ବେଳନ ଅନୁଷ୍ଠିତ
ନୂଆପଡ଼ା,୭ ଡିସେମ୍ବର (ହି.ସ.) - ନୂଆପଡ଼ା ଜିଲ୍ଲା ଖଡିଆଳା ସ୍ଥିତ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ଭବନ ପରିସରରେ ଖଡ଼ିଆଳ ପାଟଣା କ୍ଷତ୍ରୀୟ ସମାଜର ୪୪ ତମ ଯୁବ ଛାତ୍ରଛାତ୍ରୀ ସମ୍ମିଳନୀ ଆଜି ଆୟୋଜିତ ହୋଇଯାଇଛି। କୁଲପତି ଶମ୍ଭୁ କିଶୋର ଦଣ୍ଡସେନାଙ୍କ ଅଧ୍ଯକ୍ଷତାରେ ଆୟୋଜିତ ସଭାରେ ଅତିଥି ଭାବେ ବରିଷ୍ଠ ପରାମର୍ଶଦାତା ଜ୍ଞାନ ପ୍ରକାଶ ସିଂ, ନନ୍ଦଳାଲ ବାରିକ, ହରିଶ୍ଚନ୍ଦ୍ର ବାରିକ, କେତନ ସିଂ ବାରିକ, ଅଶ୍ୱିନୀ କୁମାର ପ୍ରଧାନୀ, ମହେଶ୍ୱର ପ୍ରସାଦ ବାରିକ, ବିଦ୍ୟାଧର ବିଶି, ଦେବ ସିଂ ନାଏକ, ବଲଦେବ ରାଉତ, ବିଶ୍ବମ୍ବର ପ୍ରଧାନ ପ୍ରମୁଖ ଯୋଗଦାନ କରି କ୍ଷତ୍ରିୟ ସମାଜ ତରଫରୁ କରାଯାଉଥିବା ଯୁବ ଛାତ୍ର ଛାତ୍ରୀ ସମ୍ମେଳନ ଏକ ଉଚ୍ଚ କୋଟୀର କାର୍ଯ୍ୟକ୍ରମ ବୋଲି ଅଭିହିତ କରିଥିଲେ। ସଂଗଠକ ପରମେଶ୍ବର ବାରିକ ଅତିଥି ଆମନ୍ତ୍ରଣ କରିଥିଲେ। କାର୍ଯ୍ୟକ୍ରମରେ ଉପ କୁଳପତି ସୁରେନ୍ଦ୍ର ପ୍ରଧାନୀ, ମୁଖ୍ୟ ସମ୍ପାଦକ ଦିଲ୍ଲୀପ କୁମାର ନାଏକ, ସହ ସଂପାଦକ ସୁନିଲ କୁମାର ମାଝୀ, ଯୁଗ୍ମ ସଂଗଠକ ଜଗଦୀଶ ବାରିକ, କୋଷାଧ୍ୟକ୍ଷ ଶ୍ରୀବତ୍ସ ବାରିକ ମଞ୍ଚାସିନ ଥିଲେ। କଲେଜ ଅଧକ୍ଷ ରୁଦ୍ର ମାଧବ ବାରିକ, ଜିତାମିତ୍ର ବିଶି, ଡ. ସୁଶାନ୍ତ କୁମାର ବିଶି ଉଦଘୋଷକ ଦାୟିତ୍ଵ ନିର୍ବାହ କରିଥିଲେ। ସଂସ୍କୃତି ବିଭାଗ ଉପ ସଭାପତି ଶିକ୍ଷାବିତ ତୁମେଶ୍ବର ଚଲାନ, ଶିକ୍ଷାବିତ ଅଶୋକ କୁମାର ବାରିକ, ଦେବାନନ୍ଦ ଚଲାନ ଓ ତାଙ୍କ ଟିମ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବୈଠକରେ ପୂର୍ବତନ ମୁଖ୍ୟ ସମ୍ପାଦକ ଦ୍ୱୟ ସୁଶୀଲ କୁମାର ଚଲାନ ଓ ବୃନ୍ଦାବନ ବାରିକ, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ବିଭୁଦତ୍ତ ଚଲାନ, ଯଜ୍ଞ କୁମାର ମହାରଥା, ଅଶୋକ କୁମାର ରାଉତ, ଲଛିନ୍ଦ୍ର ଚଲାନ, ଅଙ୍କିଚନ ବାରିକ, ଗିରିଧାରୀ ବାରିକ ଚୈତନ୍ୟ ଦଣ୍ଡସେନା ସମେତ ୩୧ ଗୋଟି ଅଞ୍ଚଳର ଅଞ୍ଚଳ ସଭାପତି, ଅଞ୍ଚଳ ସମ୍ପାଦକ, କେନ୍ଦ୍ର ସଦସ୍ୟ, ମନୋନୀତ କେନ୍ଦ୍ର ସଦସ୍ୟ ସମେତ ପ୍ରଥମ ଠାରୁ ସ୍ନାତକୋତ୍ତର ଯାଏ ଶତାଧିକ ଛାତ୍ରଛାତ୍ରୀ ସମେତ ଶତାଧିକ କ୍ଷତ୍ରିୟ ବନ୍ଧୁ ବାନ୍ଧବୀ ସାମିଲ ହୋଇଥିଲେ।। ଶେଷରେ ଶିକ୍ଷା ଓ ସଂସ୍କୃତି ବିଭାଗର ସମ୍ପାଦକ ଅଶୋକ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ