ଚରମ୍ପା ମହାବିଦ୍ୟାଳୟରେ ତ୍ରିଦିବସୀୟ ବାର୍ଷିକ କ୍ରୀଡା ଉତ୍ସବ
ଭଦ୍ରକ, ୭ ଡିସେମ୍ବର (ହି.ସ.) - ଚରମ୍ପା ମହାବିଦ୍ୟାଳୟ, ଭଦ୍ରକର ୪୫ତମ ତ୍ରିଦିବସୀୟ ବାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ ହୋଇଯାଇଛି। ଏଇ ସମାରୋହର ପ୍ରଥମ ଦିବସରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ସଭାପତି ଭାବେ ଦାୟିତ୍ୱ ସଂପାଦନ କରିଥିବା ବେଳେ ପରିଚାଳନା ସମିତ
CHARAMPA COLLEGE ANNUAL SPORTS


ଭଦ୍ରକ, ୭ ଡିସେମ୍ବର (ହି.ସ.) - ଚରମ୍ପା ମହାବିଦ୍ୟାଳୟ, ଭଦ୍ରକର ୪୫ତମ ତ୍ରିଦିବସୀୟ ବାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ ହୋଇଯାଇଛି। ଏଇ ସମାରୋହର ପ୍ରଥମ ଦିବସରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ସଭାପତି ଭାବେ ଦାୟିତ୍ୱ ସଂପାଦନ କରିଥିବା ବେଳେ ପରିଚାଳନା ସମିତିର ସଭାପତି ଭଦ୍ରକ ଜିଲ୍ଲାର ଏଡିଏମ୍ ଶ୍ରୀ ରବିନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦାୟୀ ଉପଦେଶ ପ୍ରଦାନ କରିବା ସହ କ୍ରୀଡ଼ା କ୍ଷେତ୍ରରେ ସରକାରୀ ଭାବେ ସୁବିଧା ସୁଯୋଗ ସମ୍ବନ୍ଧରେ ସବିଶେଷ ତଥ୍ୟ ପ୍ରଦାନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ଅତିଥିଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ କ୍ରୀଡା ମହୋତ୍ସବ ଉଦଘାଟିତ ହେବାପରେ କ୍ରୀଡା ପତାକା ଉତୋଳନ, ଖେଳାଳି ମାନଙ୍କ ଦ୍ୱାରା ମଶାଲ ଧାରଣ ପୂର୍ବକ ମାର୍ଚ୍ଚ ପାଷ୍ଟ କରାଯାଇଥିଲା। କ୍ରୀଡା ବିଭାଗର ଉପସଭାପତି ପ୍ରାଧ୍ୟାପିକା କଳ୍ପନା ଲେଙ୍କା, ବିଭାଗର ଦାୟିତ୍ୱରେ ଥିବା ଅଧିକାରୀ ମନୋଜ କୁମାର ମହାଳିକ, ଗୋବିନ୍ଦ ଚନ୍ଦ୍ର ମଲ୍ଲିକ, ଆଦିଶଙ୍କର କବି, ଲିଟୁନା ରଣା, ସିଦ୍ଧାନ୍ତ ଲାଲ, ସୁଶାନ୍ତ କୁମାର ଶଂଖୁଆ, ସ୍ନେହଲତା ହେମ୍ବ୍ରମ, କ୍ରୀଡା ଶିକ୍ଷକ ଆଲୋକ ରଂଜନ ସେନାପତି, ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହି ଦୁଇଜଣ ଅତିଥି କ୍ରୀଡା ଶିକ୍ଷକ ବିଶ୍ୱରଂଜନ ମହାପାତ୍ର ଓ ସୁବ୍ରତ କୁମାର ସାହୁଙ୍କ ସହଯୋଗରେ ଏହି ତ୍ରିଦିବସୀୟ ବାର୍ଷିକ କ୍ରୀଡାର ବିଭିନ୍ନ ଇଭେଂଟର ସୁଚାରୁ ପରିଚାଳନା କରିଥିଲେ। ପ୍ରଥମ ଦିନ ୧୦୦ ମିଟର, ୨୦୦ ମିଟର, ୪୦୦ ମିଟର, ଓ ୮୦୦ ମିଟର ଦୌଡ଼ ପ୍ରତିଯୋଗିତା ସହ ଲଙ୍ଗ୍ ଜମ୍ପ, ହାଇ ଜମ୍ପ ଇଭେଂଟ, ଉଭୟ ଛାତ୍ର ଓ ଛାତ୍ରୀଙ୍କ ମଧ୍ୟରେ ସମାପ୍ତ ହୋଇଥିଲା। ଦ୍ୱିତୀୟ ଦିବସରେ ସେହିପରି ୧୦୦୦ ମିଟର ଦୌଡ଼, ରିଲେ ରେସ୍‌, ଡିସକସ, ଜେଭେଲିନ ଆଦି ଥ୍ରୋ ଇଭେଂଟ, ସଟ୍ ପୁଟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ତୃତୀୟ ଦିବସରେ ୫୦୦୦ ମିଟର ଦୌଡ଼, ଟ୍ରିପଲ୍ ଜମ୍ପ, ଖୋଖୋ, ସ୍ଲୋ ସାଇକେଲ ରେସ୍‌, ଟଗ ଅଫ୍ ୱାର, ମ୍ୟୁଜିକ ଚେୟାର ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିପୁଳ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦାନ କରି ଏହି କ୍ରୀଡା ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ। କ୍ରୀଡା କ୍ଷେତ୍ରରେ ଚରମ୍ପା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ସମୟରେ ଆନ୍ତର୍ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ସ୍ତରରେ ସଫଳତା ଲାଭ କରି ମହାବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande