ସିପିଆଇର ମହା ଅଧିବେଶନ ବୈଠକ
କେନ୍ଦ୍ରାପଡା, ୭ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ସିପିଆଇ ପକ୍ଷରୁ ମହା ଅଧିବେଶନ ବୈଠକ ଓ ରିପୋଟିଂ ବୈଠକ ବରିଷ୍ଠ ସଭ୍ୟ ଆଦିକନ୍ଦ ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ରମଣୀ ରଂଜନ ରାଉତରାୟ, ବରିଷ୍ଠ ସଭ୍ୟ ଅଜୟ କୁମାର ସାମଲ, ବିକାଶ ଚନ୍ଦ୍ର ବ
-----ସିପିଆଇ ର ମହା ଅଧିବେଶନ ବୈଠକ


କେନ୍ଦ୍ରାପଡା, ୭ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ସିପିଆଇ ପକ୍ଷରୁ ମହା ଅଧିବେଶନ ବୈଠକ ଓ ରିପୋଟିଂ ବୈଠକ ବରିଷ୍ଠ ସଭ୍ୟ ଆଦିକନ୍ଦ ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ରମଣୀ ରଂଜନ ରାଉତରାୟ, ବରିଷ୍ଠ ସଭ୍ୟ ଅଜୟ କୁମାର ସାମଲ, ବିକାଶ ଚନ୍ଦ୍ର ବେହୁରା, ବାବାଜୀ ଧଳ, ସୀତାକାନ୍ତ ନାୟକ, ନିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ପାର୍ଟିର ମହା ଅଧିବେଶନ ନିଷ୍ପତି ଆଧାରରେ ଡିସେମ୍ବର ୨୬ ତାରିଖ ଦିନ ଉଦ୍‌ଯାପିତ ହେଉଥିବା ପାର୍ଟିର ଶତ ବାର୍ଷିକ ଉତ୍ସବକୁ ସମସ୍ତ ଶାଖା, ଜୋନ ଓ ଜିଲ୍ଲା ସ୍ତରରେ ଆଡମ୍ବର ସହକାରେ ପାଳନ କରିବା ସହିତ ପାର୍ଟିର ଶହେ ବର୍ଷର ଗୈାରବମୟ ଇତିହାସକୁ ଜନ ସାଧାରଣରେ ପ୍ରକାଶ କରିବା ପାଇଁ ନିଷ୍ପତି ନିଆଯାଇଛି । ଏଥି ସହିତ ଦେଶରେ ସାଂପ୍ରଦାୟୀକ ଓ ପ୍ରଚଣ୍ଡ ପ୍ରତିକ୍ରିୟାଶୀଳ ସରକାର ବିରୋଧରେ ଜନମତ ତିଆରି କରି ଭାରତର ସମ୍ବିଧାନ ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ରକ୍ଷା କରିବା ପାଇଁ ସମସ୍ତ ସଭ୍ୟମାନଙ୍କୁ ତିଆରି କରି ରଖିବା ପାଇଁ ଆଜିର ବୈଠକରେ ନିଷ୍ପତି ନିଆଯାଇଛି ।

ଆୟୋଜିତ ଏହି ମହା ଅଧିବେଶନରେ ଅନ୍ୟମାନଙ୍କ ମଧ୍ୟରେ ଗଜେନ୍ଦ୍ର ନାଥ, ଭଜହରି ପ୍ରଧାନ, ଅକ୍ଷୟ କୁମାର ମଲିକ, ନନ୍ଦିନୀ ସ୍ୱାଇଁ, ଉମେଶ ନାୟକ, ହରେକୃଷ୍ଣ ମାଝିଙ୍କ ସମେତ ଶତାଧିକ ସଭ୍ୟ ଉପସ୍ଥିତ ଥିଲେ । ସଭା ଶେଷରେ ସତ୍ୟ ନାରାୟଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande