ଚମ୍ପୁଆ ଶିଶୁ ମନ୍ଦିରରେ ଜେଜେବାପା ଜେଜେମାଆ ସମ୍ମିଳନୀ ଅନୁଷ୍ଠିତ
ଚମ୍ପୁଆ, , 7 ଡିସେମ୍ବର (ହି.ସ.): ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଜେଜେବାପା ଜେଜେମାଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ସୁରେଶ ଚନ୍ଦ୍ର ମହାନ୍ତ ଯୋଗଦେଇ ସମସ୍ତ ପ୍ରକାରର ଶିକ୍ଷା ଠାରୁ ଜେଜେବାପା ଜେଜେମାଆ ମ
ଚମ୍ପୁଆ ଶିଶୁ ମନ୍ଦିରରେ ଜେଜେବାପା ଜେଜେମାଆ ସମ୍ମିଳନୀ ଅନୁଷ୍ଠିତ


ଚମ୍ପୁଆ, , 7 ଡିସେମ୍ବର (ହି.ସ.): ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଜେଜେବାପା ଜେଜେମାଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ସୁରେଶ ଚନ୍ଦ୍ର ମହାନ୍ତ ଯୋଗଦେଇ ସମସ୍ତ ପ୍ରକାରର ଶିକ୍ଷା ଠାରୁ ଜେଜେବାପା ଜେଜେମାଆ ମାନଙ୍କ ଠାରୁ ମିଳୁଥିବା ଅଭିଜ୍ଞତା ମୂଳକ ଶିକ୍ଷା ହିଁ ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ବୋଲି କହିଥିଲେ । ସମ୍ପାଦକ ଭୋଳାନାଥ ମିଶ୍ର ଯୋଗ ଦେଇ ଜେଜେବାପା ଜେଜେମାଆମାନେ କିପରି ପିଲାମାନଙ୍କୁ ଅତୀତରେ ଉଚିତ୍ ସଂସାର ଦେଉଥିଲେ ସେ ବିଷୟରେ ଅବଗତ କରିଥିଲେ । ବିଦ୍ୟାଳୟର ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ ଯୋଗଦେଇ ପିଲାମାନଙ୍କର ପଞ୍ଚଶିକ୍ଷାର ଆବଶ୍ୟକତା ବିଷୟରେ କହିଥିଲେ । ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନ ଏହି ସମ୍ମିଳନୀର ଆଭିମୁଖ୍ୟ ବିଷୟରେ ଅବଗତ କରିଥିଲେ । ଜେଜେବାପା ମାନଙ୍କୁ ନେଇ ସଂଗୀତ ପ୍ରତିଯୋଗୀତା , ଜେଜେବାପାମାନଙ୍କୁ ନେଇ ୧୦୦ ମିଟର ଚାଲି ଓ ପୌରାଣିକ କୁଇଜ୍ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନନ କରାଯାଇଥିଲା । ଏ ଅବସରରେ ସମସ୍ତ ଜେଜେବାପା ଜେଜେମାଆ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande