
ନୂଆପଡ଼ା, ୭ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଠିକାଦାର ସଂଘ କାର୍ଯ୍ୟାଳୟରେ ଖଡ଼ିଆଳ, ସିନାପାଲି ଓ ବୋଡେ଼ନ ବ୍ଲକ ଠିକାଦାର ସଂଘର ଏକ ଜରୁରୀ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଭାପତି ପ୍ରସନ୍ନ କୁମାର ମାହାନାସଭାପତିତ୍ବ କରିଥିବା ବେଳେ ବୈଠକରେ ନୂଆପଡା ଜିଲ୍ଲା ବ୍ୟତିତ ଅନ୍ୟ ସମସ୍ତ ଜିଲ୍ଲାର ଠିକାଦାର ମାନଙ୍କୁ କୌଣସି ଟେଣ୍ଡରରେ ଭାଗ ନନେଇ ନୂଆପଡା ଜିଲ୍ଲାର ଠିକାଦାର ମାନଙ୍କୁ ସହଯୋଗ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଓଡିଶାରେ ଥିବା ସମସ୍ତ ଠିକାଦାର ସଂଘର ନିଷ୍ପତିକୁ ଖଡ଼ିଆଳ ସଂଘ ସ୍ୱାଗତ କରୁଥିବା ବେଳେ ଖଡ଼ିଆଳ ସଂଘର ନିଷ୍ପତିକୁ ସମସ୍ତ ସଂଘ ସମର୍ଥନ କରିବାକୁ ଅନୁରୋଧ କରାଯାଇଥିଲା।
ଏଥିରେ ସଂଘର ଅନ୍ୟାନ୍ୟ ଠିକାଦାର ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ