ଧାନମଣ୍ଡି ତୁରନ୍ତ ଆରମ୍ଭ, ଚାଷୀଙ୍କ ଧାନ କ୍ରୟ କରିବାକୁ ଦାବି ଏବଂ କଟନି ଛଟନିରେ ଚାଷୀଙ୍କୁ ଶୋଷଣ ବନ୍ଦ ହେଉ
ଜୟପୁର, ୭ ଡିସେମ୍ବର (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡର ଉମୁରୀ ଲ୍ୟାମ୍ପ ଅଧିନରେ ପଞ୍ଜିକରଣ କରିଥିବା ପ୍ରାୟ ୧୧ଟି ଗ୍ରାମପଞ୍ଚାୟତର ଚାଷୀ ମାନେ ଆଜି ସ୍ଥାନୀୟ ଉମୁରୀ ଠାରେ ଆଞ୍ଚଳିକ ନିୟନ୍ତ୍ରିତ ବଜାର କମିଟି ପରିସରରେ ଜମା ହୋଇ ଏକ ବୈଠକ ଆୟୋଜିତ କରିଥିଲେ । ଏଥିରେ ରାଜ୍ୟର ପୂର୍ବତନ ମନ
ଧାନମଣ୍ଡି ତୁରନ୍ତ ଆରମ୍ଭ ଏବଂ ଚାଷୀଙ୍କ ଧାନ କ୍ରୟ କରିବାକୁ ଦାବି ଏବଂ କଟନି ଛଟନିରେ  ଚାଷୀଙ୍କୁ ଶୋଷଣ ବନ୍ଦ ହେଉ


ଜୟପୁର, ୭ ଡିସେମ୍ବର (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡର ଉମୁରୀ ଲ୍ୟାମ୍ପ ଅଧିନରେ ପଞ୍ଜିକରଣ କରିଥିବା ପ୍ରାୟ ୧୧ଟି ଗ୍ରାମପଞ୍ଚାୟତର ଚାଷୀ ମାନେ ଆଜି ସ୍ଥାନୀୟ ଉମୁରୀ ଠାରେ ଆଞ୍ଚଳିକ ନିୟନ୍ତ୍ରିତ ବଜାର କମିଟି ପରିସରରେ ଜମା ହୋଇ ଏକ ବୈଠକ ଆୟୋଜିତ କରିଥିଲେ । ଏଥିରେ ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ରାଜ୍ୟ ଉପସଭାପତି ରବିନାରାୟଣ ନନ୍ଦ ଯୋଗଦେଇଥିଲେ । ସେହିପରି ତୁରନ୍ତ ଧାନ ମଣ୍ଡିର ଉଦଘାଟନ କରିବା ସହ ଚାଷୀଙ୍କ ଅମଳ ଧାନ କ୍ରୟ କରିବାକୁ ବୈଠକର ନିଷ୍ପତି ଅନୁଯାୟୀ ଦାବି କରିଥିଲେ । ଚାଷୀ ମାନେ ସେମାନଙ୍କ ଅମଳ ଧାନ କାଟିବା ସହ ମଣ୍ଡିରେ ଧାନ ବିକ୍ରି ପାଇଁ ଅପେକ୍ଷା କରିଛନ୍ତି । ଧାନ ବିକ୍ରି ଟଙ୍କାରେ ଋଣ ସୁଝିବା ଏବଂ ଆଗାମୀ ରବିଧାନ ଚାଷ ପାଇଁ ପ୍ରସ୍ତୁତ ହେବା ପାଇଁ ଟଙ୍କାର ଆବଶ୍ୟକତା ରହିଥିବା ଯୋଗୁଁ ପଞ୍ଜିକୃତ ଚାଷୀ ମାନଙ୍କୁ ବିକ୍ରି କରିବାକୁ ସୁଯୋଗ ଦେବାକୁ ଦାବି କରାଯାଇଛି । ଏହିପରି ପୂର୍ବରୁ ଚାଷୀଙ୍କ ଅମଳ ଧାନ ନିମ୍ନମାନର ଦର୍ଶାଇ କଟନୀ ଛଟନୀ ନାମରେ ଚାଷୀଙ୍କ ଠାରୁ କୁଇଣ୍ଟାଲ ପିଛା ୨ରୁ ୫ କିଲୋଗ୍ରାମ ପର୍ଯ୍ୟନ୍ତ ଦାବି କରୁଛନ୍ତି । ତେଣୁ ଚଳିତ ବର୍ଷ କଟନୀ ଛଟନୀ ଯୋଗୁଁ ଚାଷୀ ମାନେ ଶୋଷଣ ହେଉଛନ୍ତି । ତେଣୁ କଟନୀ ଛଟନୀକୁ ତୁରନ୍ତ ବନ୍ଦ କରାଯିବା ସହ ବିଧିବଦ୍ଧ ଭାବେ ମଣ୍ଡିର ଶୁଭାରମ୍ଭ କରାଯାଇ ଚାଷୀଙ୍କ ଧାନ କ୍ରୟ କରିବା ସହିତ କେନ୍ଦ୍ର ସରକାର ଚଳିତ ବର୍ଷ କୁଇଣ୍ଟାଲ ପିଛା ୬୯ ଟଙ୍କା ଧାନ ମୂଲ୍ୟ ବୃଦ୍ଧି କରିଛନ୍ତି । ସମସ୍ତ ଚାଷୀଙ୍କ ସରକାରୀ ଧାର୍ଯ୍ୟ କୁଇଣ୍ଟାଲ ପିଛା ୨୩୬୯ ଟଙ୍କା ଏବେ ବୋନସ ବାବଦକୁ ୮ଶହ ଟଙ୍କା ଏହିପରି ସମୁଦାୟ ୩୧୬୯ ଟଙ୍କା ଚାଷୀଙ୍କ ଧାନ ବିକ୍ରି ପରେ ତୁରନ୍ତ ବ୍ୟାଙ୍କ ଏକାଉଣ୍ଟ ମାଧ୍ୟମରେ ପ୍ରଦାନ କରିବାକୁ ବୈଠକ ନିଷ୍ପତି ଅନୁଯାୟୀ ପୂର୍ବତନ ମନ୍ତ୍ରୀ ଶ୍ରୀ ନନ୍ଦ ଦାବି କରିଛନ୍ତି । ଏହିପରି ଚାଷୀ ଅମଳ ଧାନ ମଣ୍ଡିରେ ଯଥା ସମୟରେ ବିକ୍ରି ହୋଇ ନପାରିଲେ ଏହାର ସୁଯୋଗ ନେଇ କିଛି ଅସାଧୁ ଧାନ ବ୍ୟବସାୟୀ ଏବଂ ମହାଜନ ମାନେ ସରକାରୀ ଧାର୍ଯ୍ୟ ଠାରୁ ପ୍ରାୟ ୫ଶହରୁ ଏକ ହଜାର ଟଙ୍କା ପର୍ଯ୍ୟନ୍ତ କମ ମୂଲ୍ୟରେ ଧାନ କ୍ରୟ କରିବା ସହ ଚାଷୀଙ୍କୁ ଶୋଷଣ କରୁଥିବା ନେଇ ଅଭିଯୋଗ କରିଛନ୍ତି । ଚାଷୀଙ୍କ କୌଣସି ସମସ୍ୟା ହେଲେ କିମ୍ବା ପ୍ରତାରିତ କରାଗଲେ ଆଗାମୀ ଦିନରେ ଚାଷୀ ମାନେ ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଧ ଭାବେ ଧାନ ମଣ୍ଡି ଶୁଭାରମ୍ଭ କରିବା ସହ ପଞ୍ଚିକୃତ ଚାଷୀ ମାନଙ୍କୁ ଟୋକେନ ପ୍ରଦାନ କରିବାକୁ ଦାବି କରାଯାଇଛି ।

ଅନ୍ୟମାନଙ୍କ ମଧ୍ୟରେ ପାଣିପଞ୍ଚାୟତ କମିଟିର ବରିଷ୍ଠ କର୍ମକର୍ତ୍ତା ସଦାଶିବ ତ୍ରିପାଠୀ, ବାଲିଙ୍କି ରାଓ, ଶିବ ପଟ୍ଟନାୟକ, ରାଜେନ୍ର୍ଅ ରଥ ଏବଂ ୧୧ଟି ଗ୍ରାମପଞ୍ଚାୟତର ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande