ବିଦ୍ୟୁତ ସକ୍ ଲାଗି ଜଳିଗଲା ଘର, ପୋଡିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ନୂଆପଡ଼ା, ୭ ଡିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଖାସବାହାଲ ଗ୍ରାମପଞ୍ଚାୟତର ଚଚରା ଭଟା ଗ୍ରାମର ଗୋମୟ ଟାହାଣି, ପତ୍ନୀ ବୁଇ ଟାହାଣୀ ଓ ପୁତ୍ର, ପୁତ୍ର ବଧୂଙ୍କ ସହ ଦୁଇ ବଖରିଆ ଘରେ ରହନ୍ତି। ଗତ ରାତିରେ ବିଦ୍ୟୁତ୍ ସକ୍ ଯୋଗୁ ତାଙ୍କ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ଘରେ ଥିବା ବିଦ୍ୟ
Electric shock


ନୂଆପଡ଼ା, ୭ ଡିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଖାସବାହାଲ ଗ୍ରାମପଞ୍ଚାୟତର ଚଚରା ଭଟା ଗ୍ରାମର ଗୋମୟ ଟାହାଣି, ପତ୍ନୀ ବୁଇ ଟାହାଣୀ ଓ ପୁତ୍ର, ପୁତ୍ର ବଧୂଙ୍କ ସହ ଦୁଇ ବଖରିଆ ଘରେ ରହନ୍ତି। ଗତ ରାତିରେ ବିଦ୍ୟୁତ୍ ସକ୍ ଯୋଗୁ ତାଙ୍କ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ଘରେ ଥିବା ବିଦ୍ୟୁତ୍ ଉପକରଣ ସହ ଧାନ, ଚାଉଳ, ଆସବାବପତ୍ର ଆଦି ପୋଡ଼ି ଯାଇଥିଲା। ବର୍ତ୍ତମାନ ତାଙ୍କ ପରିବାର ଅସହାୟ ହୋଇ ପଡିଛନ୍ତି। ତାଙ୍କ ପରିବାର ଏକ ଗରିବ ପରିବାର ହୋଇଥିବା ବେଳେ ଏହି ନିଆଁ ପୋଡ଼ି ତାଙ୍କୁ ସର୍ବସ୍ବାନ୍ତ କରିଦେଇଛି। ବର୍ତ୍ତମାନ ତାଙ୍କ ପରିବାର ପଡୋଶୀଙ୍କ ଘରେ ଆଶ୍ରୟ ନେଇଥିବା ବେଳେ ତାଙ୍କୁ ସରକାରୀ ସହଯୋଗ ଜରୁରୀ ହୋଇପଡ଼ିଛି। ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande