



ବଲାଙ୍ଗିର, ୭ ଡିସେମ୍ବର (ହି.ସ.)- ବଲାଙ୍ଗିର ଗାୟତ୍ରୀ ପୀଠରେ ତ୍ରିବେଣୀ ଜନ୍ମ ଶତାବ୍ଦୀ ନେଇ ଜିଲ୍ଲା ସମନ୍ଵୟ ବୈଠକ ଆଜି ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ବଲାଙ୍ଗିର ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସଂଯୋଜକ ବିଚିତ୍ର କୁମାର ସାହୁଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ତ୍ରିବେଣୀ ଜନ୍ମ ଶତବ୍ଦୀ ଅଖଣ୍ଡ ଦ୍ୱିପ ଶତବ୍ଦୀ ମାତା ଭଗବତୀ ଏବଂ ପରମପୂଜ୍ୟ ଗୁରୁଦେବ ପଣ୍ଡିତଙ୍କର ସାଧନାର ଶତବାର୍ଷିକ ଆଗାମୀ ୨୦୨୬ ଠାରୁ ୨୦୩୦ ପର୍ଯ୍ୟନ୍ତ ପାଳନ କରାଯିବ । ଏହି ଶତାବ୍ଦୀ ଦେଶର ୫ଟି ଜାଗାରେ ୫ ବର୍ଷରେ ପାଳନ କରାଯିବ । ଏହି ଶତାବ୍ଦୀ ୨୦୨୬ ହରିଦ୍ୱାର ଠାରେ ପାଳନ କରାଯିବ । ୨୦୩୦ ଅନ୍ତିମ ଶତାବ୍ଦୀରେ ଦିଲ୍ଲୀରେ ପାଳନ କରାଯିବ । ୨୦୨୭-୨୮ ପୂର୍ବ ଭାରତରେ ପାଳନ କରାଯିବ । ଏହି କାର୍ଯ୍ୟକ୍ରମକୁ ଓଡିଶାରେ କରିବା ପାଇଁ ପ୍ରସ୍ତାବ ରହିଛି । ବଲାଙ୍ଗିର ଜିଲ୍ଲାରେ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା । କାର୍ଯ୍ୟକ୍ରମର ସଫଳତା ପାଇଁ ୪୦ ଦିନିଆ ଗାୟତ୍ରି ଅନୁଷ୍ଠାନ ୧ ଲକ୍ଷ ୨୫ ହଜାର ଜଣ ପାଇଁ ନାମ ତାଲିକା ଦେବ ସଂସ୍କୃତି ବିଶ୍ୱ ବିଦ୍ୟାଳୟରୁ ଇଣ୍ଟରସିପ୍ ପାଇଁ ଡିସେମ୍ବର ୧୫ ରୁ ଜାନୁୟାରୀ ୧୫ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ, ତୁଷୁରା, ପାଟଣାଗଡ ଇତ୍ୟାଦି ଅଂଚଳରେ ସେମାନେ କାମ କରିବେ । ଅଖଣ୍ଡ ଜ୍ୟୋତି ପତ୍ରିକା, ପ୍ରଜ୍ଞା ଅଭିଜାନ ପତ୍ରିକା ଗ୍ରାହକ ସଂଖ୍ୟା ବୃଦ୍ଧି କରିବା । ହରିଦ୍ୱାର ଠାରେ ଅନୁଷ୍ଠିତ ଜାନୁୟାରୀ ୨୦ ରୁ ୨୩ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ରୁ ୫୦ ଜଣ ଯିବା ପାଇଁ ନାମ ତାଲିକା ଘୋଷଣା କରାଗଲା । ଶତାବ୍ଦୀ ବର୍ଷର ଯୋଜନା ଅନୁସାରେ ବୃକ୍ଷ ରୋପଣ, ସଂସ୍କାର କାର୍ଯ୍ୟକ୍ରମ, କନ୍ୟା କୋଶର କୌଶଳ ଯୋଜନା, ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା, ନାରୀ ଜାଗରଣ, ଯୁବା ଯୋଜନା, ଯଜ୍ଞ ଓ ମଣ୍ଡଳ ଗଠନ ଇତ୍ୟାତି ଗଠନ କରାଗଲା ।
ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଛବିଳ ବଗର୍ତ୍ତି। ଉପସ୍ଥିତ ଥିଲେ ଶାନ୍ତନୁ ପାତ୍ର, ଜଗଦିଶ କେଡିଆ, ବୀଣାପାଣି ଆଚାର୍ଯ୍ୟ, ଯୁଗଲ କିଶୋର ଝା, ବିହାରୀ ଗଡତ୍ୟା, ନିମାଇ ତାଣ୍ଡି, ମୀନ କେତେନ ମେହେର, ଟଙ୍କ କୁମ୍ଭାର, ମୋହନ ଅଗ୍ରୱାଲ, ସୁବାଷ ଅଗ୍ରୱାଲ ପ୍ରମୁଖ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ