ରାତି ଭିତରେ ଖାଲି ହୋଇଯିବ ଜଗନ୍ନାଥ ସାଗର ଭଉଁରୀ ଖେଳିବାସହ ଆପେ ଆପେ ନିଷ୍କାସିତ ହେଉଛି ପାଣି
ଜୟପୁର , 7 ଡିସେମ୍ବର (ହି.ସ.) ଜୟପୁରର ଐତିହାସିକ ଜଗନ୍ନାଥ ସାଗରରେ ଗତକାଲି ରାତି ଠାରୁ ଜଗନ୍ନାଥ ସାଗରରେ ଦକ୍ଷିଣ ଭାଗରେ ଆପେ ଆପେ ଜଳ ନିଷ୍କାସିତ ହେଉଥିବା କାରଣରୁ ରାତିକ ଭିତରେ ସାଗରର ପାଣି ଖାଲି ହୋଇଯାଇପାରେ ବୋଲି ଅନୁମାନ କରାଯାଉଛି। ଗତକାଲି ରାତି ଠାରୁ ସାଗର ମଧ୍ୟରେ ପାଣିରେ ଭଉଁରୀ ଖେଳି
ରାତି ଭିତରେ ଖାଲି ହୋଇଯିବ ଜଗନ୍ନାଥ ସାଗର ଭଉଁରୀ ଖେଳିବାସହ ଆପେ ଆପେ ନିଷ୍କାଶିତ ହେଉଛି ପାଣି


ଜୟପୁର , 7 ଡିସେମ୍ବର (ହି.ସ.) ଜୟପୁରର ଐତିହାସିକ ଜଗନ୍ନାଥ ସାଗରରେ ଗତକାଲି ରାତି ଠାରୁ ଜଗନ୍ନାଥ ସାଗରରେ ଦକ୍ଷିଣ ଭାଗରେ ଆପେ ଆପେ ଜଳ ନିଷ୍କାସିତ ହେଉଥିବା କାରଣରୁ ରାତିକ ଭିତରେ ସାଗରର ପାଣି ଖାଲି ହୋଇଯାଇପାରେ ବୋଲି ଅନୁମାନ କରାଯାଉଛି। ଗତକାଲି ରାତି ଠାରୁ ସାଗର ମଧ୍ୟରେ ପାଣିରେ ଭଉଁରୀ ଖେଳିବା ସହ ପାଣି ନିଷ୍କାସନ ହେବାରେ ଲାଗିଛି।

ପାଣି ରୋକିବା ପାଇଁ ସ୍ପନ ପାଇପ ଗୁଡିକରେ ବାଲି ବସ୍ତା ପକାଯାଇଥିଲା। କିନ୍ତୁ ରାସ୍ତାରେ ଚାପ ଅଧିକ ପଡିବା ଫଳରେ ବାଲି ବସ୍ତା ଗୁଡିକ ପାଣିର ଚାପରେ ଠେଲି ହୋଇଯାଇଛି। ଯାହା ଫଳରେ ସାଗରର ପାଣି ବାହାରକୁ ଚାଲି ଯାଉଛି।

ଜଗନ୍ନାଥ ସାଗରର ପାଣି ନିଷ୍କାସନ କରିବା ପାଇଁ ଆଡିବନ୍ଧ କଟାଯିବା ଫଳରେ ଜୟନଗର ରାସ୍ତାଟି ଦବିଯାଇଥିଲା। ଯାହା ଫଳରେ ପୌରପାଳିକା ଏହି ରାସ୍ତାରେ ଭାରିଯାନ ଯାତାୟତ କରିବା ବିପଦ ଶଙ୍କୁଳ ଅଟେ ବୋଲି ସୂଚନା ଫଳକ ଲଗାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande