ଦାରିଦ୍ର‌୍ୟ ହ୍ରାସ ଉପରେ ଜଳବାୟୁ ପରିବର୍ତନର ପ୍ରଭାବ ୭ ମହତ୍ୱପୂର୍ଣ୍ଣ ପରାମର୍ଶ ରଖିଲେ କୋରାପୁଟ ଝିଅ
ଜୟପୁର, ୦୭ ଡିସେମ୍ବର(ହି.ସ.) – କୋରାପୁଟ ଜିଲ୍ଲା ଜୟପୁରର ଝିଅ ଡାକ୍ତର ଶତାବ୍ଦୀ ମିଶ୍ର ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଷଜ ବିଭାଗ ଅଧିକାରୀ ଭାବେ କାର୍ଯ୍ୟରତ। ଭାରତରୁ ଏକ ମାତ୍ର ପ୍ରତିନିଧି ଭାବେ ସମ୍ମିଳନୀରେ ଅଂଶଗ୍ରହଣ କରି ଶତାବ୍ଦୀ ଓଡ଼ିଶା ତଥା କୋରାପୁଟ ଜିଲ୍ଲାକୁ ଗେ?ରାବନ୍ୱି
ଦାରିଦ୍ର୍ୟ ହ୍ରାସ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ   ୭ ମହତ୍ତ୍ବପୂର୍ଣ୍ଣ ପରାମର୍ଶ ରଖିଲେ କୋରାପୁଟ ଝିଅ


ଜୟପୁର, ୦୭ ଡିସେମ୍ବର(ହି.ସ.) – କୋରାପୁଟ ଜିଲ୍ଲା ଜୟପୁରର ଝିଅ ଡାକ୍ତର ଶତାବ୍ଦୀ ମିଶ୍ର ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଷଜ ବିଭାଗ ଅଧିକାରୀ ଭାବେ କାର୍ଯ୍ୟରତ। ଭାରତରୁ ଏକ ମାତ୍ର ପ୍ରତିନିଧି ଭାବେ ସମ୍ମିଳନୀରେ ଅଂଶଗ୍ରହଣ କରି ଶତାବ୍ଦୀ ଓଡ଼ିଶା ତଥା କୋରାପୁଟ ଜିଲ୍ଲାକୁ ଗେ?ରାବନ୍ୱିତ କରିଛନ୍ତି। ଅର୍ନ୍ତଜାତୀୟ ସମ୍ମିଳନୀରେ ଅଂଶଗ୍ରହଣ ପାଇ ଭାରତରୁ ୨୦ରୁ ଅଧିକ ଆଶାୟୀ ଥିବା ବେ?ଳେ ଶତାବ୍ଦୀଙ୍କୁ ଚୟନ କରିଥିଲା ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ। ମନ୍ତ୍ରାଳୟର ୬ ଅଧିକାରୀଙ୍କ ମାର୍ଗଦର୍ଶନରେ ଶତାବ୍ଦୀ ଅକ୍ଟୋବର ୩୧ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ସମ୍ମିଳନୀରେ ଜଳବାୟୁ ପରିବର୍ତନର ପ୍ରଭାବ ରୋକିବାକୁ କ’ଣ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ପରାମର୍ଶ ରଖିଥିଲେ। ଏଥି ଲାଗି ଗତ ୨ବର୍ଷ ଧରି ସେ ପ୍ରସ୍ତୁତି ଜାରି ରଖିଥିଲେ। ପ୍ରସ୍ତୁତି ସମୟରେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅରୁଣ ପାଢ଼ୀ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀନାଥ ମିଶ୍ର ଓ ଅବସରପ୍ରାପ୍ତ କୃଷି ଅଧିକାରୀ ଜି. ଭେଙ୍କଟ ରେଡ୍ଡୀ ସହାୟତା କରିଥିବା ଶତାବ୍ଦୀ କହିଛନ୍ତି। ତୁର୍କୀ ସମ୍ମିଳନୀରେ ବିଶ୍ୱର ୭୦ଟି ଦେଶ ଅଂଶଗ୍ରହଣ କରିଥିବା ବେଳେ ୭ଟି ଲେଖାଁଏ ଦେଶକୁ ନେଇ ଗୋଟିଏ ଟିମ୍‌? ଗଠନ ହୋଇଥିଲା। ଭାରତ, ଚାଇନା, କାତାର, ଦକ୍ଷିଣ ଆଫ୍ରିକା, ଫିଲଫାଇନ୍ସ, ଭିଏତନାମା, ଶ୍ରୀଲଙ୍କାଙ୍କୁ ନେଇ ଗଠିତ ଟିମର ନେତୃତ୍ୱ ନେଇଥିଲେ ଶତାବ୍ଦୀ ।

୩ ଦିନିଆ ସମ୍ମିଳନୀ ପରେ ଆହୁରି ୧୨ ଦିନ ଧରି ଶତାବ୍ଦୀ ତୁର୍କୀରେ ରହି ଜଳବାୟୁ ପରିବର୍ତନର ପ୍ରଭାବ ଏବଂ ଏହାର ନିରାକରଣ ଦିଗରେ ଅନ୍ୟ ଦେଶ ଗୁଡ଼ିକ କେଉଁ ପଦକ୍ଷେପ ନେଇଛନ୍ତି ସେ ନେଇ ଅନୁଧ୍ୟାନ କରିଥିଲେ। ଶତାବ୍ଦୀ କହିଛନ୍ତି ଜଳବାୟୁ ପରିବର୍ତନର ପ୍ରଭାବ ଅର୍ଥନୀତି ଉପରେ ନ ପଡ଼ିବାକୁ ଭାରତ ନେଇଥିବା ୭ଟି ପ୍ରମୁଖ ପଦକ୍ଷେପ ସମ୍ପର୍କରେ ସେ ରଖିଥିବା ପରାମର୍ଶକୁ ସାରା ବିଶ୍ୱ ଅନୁକରଣ କରିବା ଲାଗି ଜାତିସଂଘ ଗ୍ରହଣ କରିଛି। ସେଥି ମଧ୍ୟରେ ପ୍ରମୁଖ ପ୍ରସ୍ତାବ ଭାବେ ଗ୍ରାମୀଣ କର୍ମ ନିଯୁକ୍ତି ମାଧ୍ୟମରେ ଜଳ ସଂରକ୍ଷଣ, ପୁନଃବନୀକରଣ, ଭୂମି ବିକାଶକୁ ପ୍ରୋତ୍ସାହିତ, ସର୍ବନିମ୍ନ ଆୟ ଗୋଷ୍ଠୀକୁ ଜଳବାୟୁ ପ୍ରତିରୋଧୀ ଗୃହ ପ୍ରଦାନ, ସ୍ଥାୟୀ କୃଷି ଓ ଜଳ ପରିଚାଳନା ଦକ୍ଷତା, ଶକ୍ତି ନବୀକରଣ, ୨୦୩୦ ସୁଦ୍ଧା ୫୦୦ ଜିଜାୱାଟ ଅଣ ଜୀବାଶ୍ମ ଇନ୍ଧନ କ୍ଷମତା ହାସଲ ଲକ୍ଷ୍ୟ, କୃଷି, ବନୀକରଣ ଓ ଉପକୂଳ ପରିଚାଳନା ପ୍ରକଳ୍ପକୁ ସମର୍ଥନ, ନାଗରିକମାନଙ୍କ ମଧ୍ୟରେ ପରିବେଶ ଗତ ଦାୟିତ୍ୱପୂର୍ଣ୍ଣ ଆଚରଣ ଓ ସ୍ଥାୟୀ ଜୀବନଯାପନକୁ ପ୍ରୋତ୍ସାହିତ କରିବାରେ ଭାରତ ପ୍ରମୁଖ ପଦକ୍ଷେପ ନେଇଥିବା କହିଛନ୍ତି ଡାକ୍ତର ଶତାବ୍ଦୀ।

ସେପଟେ ଶତାବ୍ଦୀଙ୍କ ଏପରି ସଫଳତାକୁ ନେଇ ସାରା ଦେଶ ଗର୍ବିତ ଅନୁଭବ କଲାବେଳେ ରାଜ୍ୟ ବାସିଙ୍କ ପାଇଁ ଖୁସି ଖବର ଆଣିଦେଇଛି। ହେଲେ ପ୍ରତିଟି କୋରାପୁଟ ବାସି ଗର୍ବ ଅନୁଭବ କରିଥିବା ବେଳେ ପରିବାରରେ ବେଶ ଖୁସି ଆଣିଦେଇଛି। ଏପରିକି ଶତାବ୍ଦୀଙ୍କୁ ଗାଇଡ କରୁଥିବା ଶିକ୍ଷକ ଓ ଗୁରୁଜନ ନିଜକୁ ଗର୍ବ ଅନୁଭବ କରିଛନ୍ତି। ପଛୁଆ ଜିଲ୍ଲାର ଜଣେ ଡାକ୍ତରୀ ଝିଅର ବୃତିକୁ ଗୁରୁତ୍ୱ ଦେଇ ଦୃଢ଼ ଇଚ୍ଛା ଶକ୍ତି ମାଧ୍ୟମରେ ସଫଳତା ପାଇ ଥିବାରୁ ଅନେକ ପ୍ରଶଂସା ସାଉଁଟିଛନ୍ତି ଶତାବ୍ଦୀ।

ଦାରିଦ୍ର‌୍ୟ ହ୍ରାସ ଉପରେ ଭାରି ପଡ଼ୁଛି ଜଳବାୟୁ ପରିବର୍ତନର ପ୍ରଭାବ। ଭାରତର ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଗୁଡ଼ିକରେ ଅଦିନିଆ ବର୍ଷା, ବନ୍ୟା, ଭୂସ୍ଖଳନ, ଜଳବାୟୁ ପ୍ରଦୂଷଣ, ପରିବେଶ ନଷ୍ଟ ଓ ମରୁଡ଼ି ସାମାଜିକ ଓ ଅର୍ଥନେ?ତିକ ସ୍ଥିତି ଉପରେ ଗଭୀର ପ୍ରଭାବ ପକାଉଛି। ଏହାର ମୁକାବିଲା ପାଇଁ ଭାରତ ୭ଟି ପ୍ରମୁଖ ପଦକ୍ଷେପ ମାଧ୍ୟମରେ ଦାରିଦ୍ର‌୍ୟ ହ୍ରାସ ସହ ଜଳବାୟୁ ସ୍ଥିରତା କ୍ଷେତ୍ରରେ ପ୍ରୟାସ ଆରମ୍ଭ କରିଛି। ତୁର୍କୀର ଇସ୍ତାନବୁଲ ସହରରେ ମିଳିତ ଜାତିସଂଘ ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଭାରତ ପାଇଁ ପ୍ରତିନିଧିତ୍ୱ କରି ୭ଟି ମହତ୍ୱପୂର୍ଣ୍ଣ ପରାମର୍ଶ ରଖିଛନ୍ତି ଡା. ଶତାବ୍ଦୀ ମିଶ୍ର । କୋରାପୁଟ ଜିଲ୍ଲା ଜୟପୁରର ଝିଅ ଡାକ୍ତର ଶତାବ୍ଦୀ ମିଶ୍ର ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଷଜ ବିଭାଗ ଅଧିକାରୀ ଭାବେ କାର୍ଯ୍ୟରତ। ଭାରତରୁ ଏକ ମାତ୍ର ପ୍ରତିନିଧି ଭାବେ ସମ୍ମିଳନୀରେ ଅଂଶଗ୍ରହଣ କରି ଶତାବ୍ଦୀ ଓଡ଼ିଶା ତଥା କୋରାପୁଟ ଜିଲ୍ଲାକୁ ଗୌରାବନ୍ୱିତ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ପବନ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande