






ବଲାଙ୍ଗିର, ୭ ଡିସେମ୍ବର (ହି.ସ.)- ଡିସେମ୍ବର ୧୩ ଓ ୧୪ ତାରିଖ ଦୁଇଦିନ ଧରି ଜୀବନ ବିମା ଅଭିକର୍ତା ମହା ସଂଗଠନ ଦୁଇଦିନିଆ ଅଧବେଶନ ବଲାଙ୍ଗିର ଠାରେ ଅନୁଷ୍ଠିତ ହେବ ବୋଲି ଆଜି ସାମ୍ୱାଦିକ ଭବନ ଠାରେ ସଂଘ ସଭପଟି ଅସୀମ କୁମର ପଟ୍ଟନାୟକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଜୀବନବୀମା ଅଭିକର୍ତା ମହାସଂଗଠନ ସମ୍ବଲପୁର ମଣ୍ଡଳ ପରିଷଦର ୧୧ତମ ସାଧାରଣ ଅଧିବେଶନ ଚଳିତ ବର୍ଷ ଡିସେମ୍ବର ୧୩ ଓ୧୪ ତାରିଖରେ ବଲାଙ୍ଗିର ଠାରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ସ୍ଥାନୀୟ ସମ୍ବଲପୁର ରୋଡ ସ୍ଥିତ ନଟରାଜ ପେଲେସ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଦୁଇ ଦିବସ ବ୍ୟାପି ସମ୍ମିଳନୀରେ ସମ୍ବଲପୁର ମଣ୍ଡଳ ଅନ୍ତର୍ଗତ ସମସ୍ତ ଶାଖାରୁ ଶତାଧିକ ଜୀବନବୀମା ଅଭିକର୍ତା ଯୋଗଦାନ କରି ଅଂଶଗ୍ରହଣ କରିବେ । କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିକଳ୍ପନା ପୂର୍ବକ ସଫଳ କରିବା ପାଇଁ ଆୟୋଜକ ବଲାଙ୍ଗିର ଶାଖା ସଂଗଠନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ କାର୍ଯ୍ୟାୟର ପହଂଚିଛି । ଅଧିବେଶନର ଉଭୟ ଦିବସରେ ମହାସଂଗଠନର କେନ୍ଦ୍ରୀୟ ସଂପାଦକ ବି. ମର୍କଣ୍ଡେୟୁଲୁ, ରାଜନୈତିକ ବ୍ୟାପାର କମିଟି ଓ ସାଂଗଠନିକ ଅଧ୍ୟକ୍ଷ ଏନ୍.ଗଜପତି ରାଓ, ଶିକ୍ଷା ବିଭାଗ ଅଧ୍ୟକ୍ଷ ରବି ନାରାୟଣ ମିଶ୍ର, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ରାଜ ନାରାୟଣ ଦେଓ, କ୍ଷେତ୍ରୀୟ ସଭାପତି ରାକେଶ ନନ୍ଦକେଓଲିଆର, କ୍ଷେତ୍ରୀୟ ସଂପାଦକ ସରୋଜ କୁମାସ ଶଙ୍କୁଆ, କ୍ଷେତ୍ରୀୟ ସାଂଗଠାନିକ ସଂପାଦକ ପ୍ରତାପ ଚନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ଯୁବଜାନି ବେଙ୍ଗ, ମଣ୍ଡଳ ସଭାପତି ଦାମୋଦର କର, କାର୍ଯ୍ୟକାରୀ ସଭାପତି ଇଂ. ଅଜିତ କର, ସଂପାଦକ ଅନିରୁ ସାମଲ ତଥା ମଣ୍ଡଳ ସ୍ତରୀୟ ଶୀର୍ଷ ନେତୃବୃନ୍ଦ ଯୋଗ ଦେଉଥିବା ବେଳେ ରାଜ୍ୟସଭା ସାଂସଦ ନିରଂଜନ ବିଶି, ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ, ଟିଟିଲାଗଡ ବିଧାୟକ ନବୀନ ଜୈନ, ନବ ନିର୍ବାଚିତ ନୂଆପଡା ବିଧାୟକ ଜୟଭାଇ ଢୋଲକିଆ, ବଲାଙ୍ଗି ପୌରାଧ୍ୟକ୍ଷା ଲିକା ସାହୁ ଏବଂ ଟିଟିଲାଗଡ ପୌରାଧ୍ୟକ୍ଷା ମମତା ଦେବୀ ଜୈନ ପ୍ରମୁଖ ପର୍ଯ୍ୟ।ୟ କ୍ରମେ ଯୋଗଦେବା ପାଇଁ ସ୍ଵିକୃତି ପ୍ରଦାନ କରିଛନ୍ତି ବୋଲି ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ବଲାଙ୍ଗିର ଶାଖା ସଂଗଠନ ସଭାପତି ଅସୀମ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ଅଧିବେଶନରେ ଜୀବନ ବୀମା ଅଭିକର୍ତା ମାନଙ୍କ ବହୁବିଧ ସମସ୍ୟା ଓ ବୃତି ସୁରକ୍ଷା ଉପରେ ବ୍ୟାପକ ବିଚାର ବିମର୍ଷ ସହିତ ମହାସଂଗଠନର ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ହିତ ମାଧ୍ୟମରେ କ୍ଷେତ୍ରୀୟ ତଥା ମଣ୍ଡଳ ସ୍ତରୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ସହିତ ବିଭିନ୍ନ ଉପ-କମିଟି ଗଠନ କରାଯାଇଛି ।
ସାମ୍ୱାଦିକ ସମ୍ବିଲାନୀରେ ବଲାଙ୍ଗିର ଶାଖା ର ଉପସଭାପତି ପ୍ରତାପ ଚନ୍ଦ୍ର ସାହୁ, ସମ୍ପାଦକ ସରୋଜ କୁମାର୍ ଭୋଇ, କୋଷାଧ୍ୟକ୍ଷ ସାଧୁ ରାମ ପୃଷ୍ଟି,, କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପାଣିଗ୍ରାହି ଉପସ୍ଥିତ ରହି ସୂଚନା ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ