
ଭଦ୍ରକ, ୭ ଡିସେମ୍ବର (ହି.ସ.) - ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ,ଅବିଭକ୍ତ ଧାମନଗର-ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ, ଦରଦୀ ଜନନେତା ସ୍ୱର୍ଗତ ମୁରଲୀଧର ଜେନାଙ୍କ ୫୯ ତମ ଶ୍ରାଦ୍ଧ ସମାରୋହ ଧାମନଗର ସ୍ଥିତ ସ୍ୱାଧୀନତା ସଂଗ୍ରାମର ପୀଠ ମହତାବ ସେବାସଦନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ସଭା ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ସେବାସଦନ ପରିସରରେ ଥିବା ସ୍ୱର୍ଗତ ମୂରଲୀଧର ଜେନାଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। ହାଇକୋର୍ଟର ଆଇନଜୀବୀ ଦେବାଶିଷ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ବରିଷ୍ଠ ସାମ୍ବାଦିକ ତଥା ମହତାବ ସେବାସଦନର ପରିଚାଳକ ବାସୁଦେବ ତ୍ରିପାଠୀ ପ୍ରାରମ୍ଭିକ ଭାଷଣ ଦେଇଥିଲେ। ଏବିଇଓ ହେମେନ୍ଦ୍ର ନାଥ ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ପ୍ରାକ୍ତନ ସାଂସଦ ମୁରଲୀଧର ଜେନା, ସମ୍ମାନିତ ଅତିଥି ଭାବେ ଭଦ୍ରକ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ପ୍ରାକ୍ତନ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, କଂଗ୍ରେସ ଯୁବ ନେତା ଅଭିଷେକ ରାଉତ, କାନ୍ତ ସାହିତ୍ୟ ପରିଷଦର ସଭାପତି ରସାନନ୍ଦ ମହାପାତ୍ର,ଅବସରପ୍ରାପ୍ତ ପ୍ରାଧ୍ୟାପକ ରବୀନ୍ଦ୍ର କୁମାର ବେହୁରିଆ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଜେନାଙ୍କ ସେବା ସମର୍ପଣ ସମ୍ପର୍କ ରେ ବକ୍ତବ୍ଯ ପ୍ରଦାନ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଶିକ୍ଷାବିତ ମହେଶ୍ୱର ସ୍ୱାଇଁ, ହୃଦାନନ୍ଦ କର, ଭାବଗ୍ରାହୀ ଖୁଂଟିଆ, ଆଇନଜୀବୀ ଅମରେନ୍ଦ୍ର ମହାନ୍ତି, ମାନସ ରଞ୍ଜନ ସାହୁ, ମାନସ କୁମାର ରାଉତ, ପ୍ରସନ୍ନ କୁମାର ଧଳ, କୁଳମଣି ବେହେରା, ଶିକ୍ଷକ ମନୋଜ ସିଂ, ସାମ୍ବାଦିକ ସେକ ଜାଫର ଅଲ୍ଲୀ, ରଜତ କୁମାର ପଣ୍ଡା, ସରୋଜ କୁମାର ସେଠୀ, ଗୋଲାମ ଜିଲାନୀ ହବିବି, ପ୍ରଦୀପ କୁମାର ମହାପାତ୍ର, ପ୍ରମୋଦ କୁମାର ସ୍ୱାଇଁ, ଅନନ୍ତ ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମୁରଲୀଧର ଜେନାଙ୍କ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ବହୁ ସାମ୍ବାଦିକ, ଶିକ୍ଷାବିତ୍, ସାହିତ୍ୟିକ, ବୁଦ୍ଧିଜୀବୀ ଓ ସମାଜସେବୀ ପ୍ରମୁଖ ଯୋଗଦେଇଥିଲେ। ଶେଷରେ ସାମ୍ବାଦିକ କୃଷ୍ଣ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।ସହିପରି ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ସରକାରୀ ବିଦ୍ଯାଳୟ ପରିସରରେ ସ୍ୱର୍ଗତ ଜେନାଙ୍କ ଶ୍ରାଦ୍ଧ ସଭା ଅନୁଷ୍ଠିତ ହୋଇଥିବା ବେଳେ ବ୍ଲକ ଅଧିନ ଧୁଷୁରୀ ସ୍ଥିତ ମୁରଲୀଧର ସରକାରୀ ହାଇସ୍କୁଲ ପରିସରରେ ମୁରଲୀଧର ଯେନଙ୍କ ଶ୍ରାଦ୍ଧ ଦିବସ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ହୋତାଙ୍କ ସଭାପତତ୍ୱରେ ଅନୁଷ୍ଠିତ ଶ୍ରାଦ୍ଧ ସଭାରେ ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ରାମହରି ଗୋସ୍ୱାମୀ ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭା ଆରମ୍ଭ କରିଥିଲେ। ଏଥିରେ ବରେଣ୍ୟ ଅତିଥି ଭାବେ ଧାମନଗର ପଂଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ,ସରପଂଚ ଅନ୍ତର୍ଯ୍ୟାମୀ ପତି, ପ୍ରାକ୍ତନ ଜିଲ୍ଲା ସଭାପତି ରମାକାନ୍ତ ପରିଡ଼,ପ୍ରାକ୍ତନ ପ୍ରଧାନ ଶିକ୍ଷକ ବାବାଜୀ ଚରଣ ପଣ୍ଡା ଓ ଶାନ୍ତନୁ କୁମାର ରାଉତ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଓ କାହିଁ ନେତା ମୁରଲୀ ସଙ୍ଗୀତ ପରିବେଷଣ କରି ଥିଲେ। ଏହି ଅବସର ରେ ମାଟ୍ରିକ ପରୀକ୍ଷା ରେ ପ୍ରଥମ ହୋଇ ଥିବା ଛାତ୍ର ଆଦ୍ୟ ଓଁକାର ଦାଶ ଙ୍କୁ ଗୟାଧର ପଣ୍ଡା ସ୍ମୃତି ସମ୍ମନ ଓ ଅର୍ଜ୍ଜୁନ ଚରଣ ହୋତା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଓ ଦଶମ ଶ୍ରେଣୀ ର ଛାତ୍ରୀ ବିଜୟ ଲକ୍ଷ୍ମୀ ସେଠୀଙ୍କୁ ତୁଳସୀ ହୋତା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ବକ୍ତୃତା ଓ ସଂଗୀତ ପ୍ରତିଯୋଗିତା ରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ୍ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ