ମହାଲକ୍ଷ୍ମୀ ସେବା ସଂଗଠନର କର୍ମକର୍ତ୍ତା ଚୟନ ଓ ବନ୍ଧୁ ମିଳନ
ଭୁବନ, ୭ ଡିସେମ୍ବର (ହି.ସ.)- ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ବର ୱାର୍ଡ, ବଉଳ ଛକ, ଲତାବିଲ ର ଉଦୀୟମାନ ଯୁବକ ମାନଙ୍କୁ ନେଇ ଶ୍ରୀ ମହାଲକ୍ଷ୍ମୀ ସେବା ସଂଗଠନ ନାମରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗଠିତ ହୋଇଛି । ସର୍ବ ସମ୍ମତି କ୍ରମେ ସନ୍ତୋଷ କୁମାର ସାହୁ ସଭାପତି, ପ୍ରଦୀପ୍ତ କୁମାର ମହାରଣା ସମ୍
ମହାଲକ୍ଷ୍ମୀ ସେବା ସଂଗଠନର କର୍ମକର୍ତ୍ତା ଚୟନ ଓ ବନ୍ଧୁ ମିଳନ


ଭୁବନ, ୭ ଡିସେମ୍ବର (ହି.ସ.)- ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ବର ୱାର୍ଡ, ବଉଳ ଛକ, ଲତାବିଲ ର ଉଦୀୟମାନ ଯୁବକ ମାନଙ୍କୁ ନେଇ ଶ୍ରୀ ମହାଲକ୍ଷ୍ମୀ ସେବା ସଂଗଠନ ନାମରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗଠିତ ହୋଇଛି । ସର୍ବ ସମ୍ମତି କ୍ରମେ ସନ୍ତୋଷ କୁମାର ସାହୁ ସଭାପତି, ପ୍ରଦୀପ୍ତ କୁମାର ମହାରଣା ସମ୍ପାଦକ, ମନୋଜ କୁମାର ଦାସ କୋଷାଧ୍ୟକ୍ଷ, ଦିଲ୍ଲୀପ କୁମାର ରାଉତ, ପ୍ରକାଶ ରାଉତ ଉପ ସଭାପତି, ଜଳଧର ବେହେରା ସହ ସମ୍ପାଦକ ଏବଂ ସଞ୍ଜୀବ କୁମାର ମହାନ୍ତି ଓ ଅକ୍ଷୟ ବିହାରୀଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଛି । କାର୍ଯ୍ୟକାରୀ ସଦସ୍ୟ ଭାବେ ଉମେଶ ଚନ୍ଦ୍ର ଦାସ, ପ୍ରଶାନ୍ତ ମହାନ୍ତି, ସୌମ୍ୟ ରଂଜନ ପାଲ, ଲକ୍ଷ୍ମୀକାନ୍ତ ସାହୁ, ବଳରାମ ଦାସ, ଚିନ୍ମୟ ମହାରଣା, ଦୁର୍ଯୋଧନ ବେହେରାଙ୍କୁ ଚୟନ କରାଯାଇଛି । ସାମାଜିକ କାର୍ଯ୍ୟ ଓ ସେବାକୁ ଗୁରୁତ୍ଵ ଦେଇ ଅନୁଷ୍ଠାନ ତରଫରୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯିବା ସହିତ କୁମର୍ଦ୍ଦା ଗ୍ରାମରେ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ( କମ୍ବଳ) ବଣ୍ଟନ କରାଯାଇଥିଲା । ପରେ ଆମ୍ବବାହାଳି ଧୋଡା ଠାରେ ଏକ ବନ୍ଧୁ ମିଳନର ଆୟୋଜନ କରାଯାଇଥିଲା । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande