
କେନ୍ଦ୍ରାପଡା, ୭ ଡିସେମ୍ବର (ହି.ସ.)- ସେନା ବାହିନୀରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ପୂର୍ବତନ ସୈନିକ ଭେଟେରାନ ହାବିଲଦାର କୈଳାସ ଚନ୍ଦ୍ର ପ୍ରଧାନଙ୍କ ହୃଦଘାତରେ ପରଲୋକ ହୋଇ ଯାଇଛି । ଡାଳିଚି ଗ୍ରାମର ସ୍ଵର୍ଗତ ପ୍ରଧାନଙ୍କ ଦେହାନ୍ତ ଖବର ପାଇ ପୂର୍ବତନ ସୈନିକ ସଂଘର ସଦସ୍ୟମାନେ ତାଙ୍କର ଶେଷ ଦର୍ଶନ କରିବା ସହ ଜାତୀୟ ପତାକା ଓ ଫୁଲର ରିଚ ଅର୍ପଣ କରି ସମ୍ମାନ ଜଣାଇଥିଲେ । ଏହାସହ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି