
ଭଦ୍ରକ, ୭ ଡିସେମ୍ବର (ହି.ସ.) - ଅଲିନଗର ଖଙ୍ଗରା ଗ୍ରାମର ସ୍ୱର୍ଗତଃ ସଞ୍ଜିବ କୁମାର ପୃଷ୍ଟିଙ୍କ ଅକାଳ ବିୟୋଗରେ ବୈତରଣୀ ହାଇସ୍କୁଲ ବାଲିପଦା ୧୯୮୪ ବ୍ୟାଚର ସହପାଠୀମାନଙ୍କ ଉଦ୍ୟମରେ ଏକାଦଶାହ ତିଥିରେ ରୂପେଶ ମିଶ୍ରଙ୍କ ପୌରୋହିତ୍ୟରେ ଏକ ଶୋଭସଭା ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମୃତିଚାରଣ ସଭାରେ ସହପାଠୀ ସୁରେନ୍ଦ୍ର କୁମାର ଦାସ, ରାଜକିଶୋର ଯେନା, ସମର କୁମାର ପୃଷ୍ଟି, ସୁଦର୍ଶନ ମିଶ୍ର , ଶୁଭେନ୍ଦୁ ବେହେରା, ପରମେଶ୍ୱର ବେହେରା, ଶିଶିର କୁମାର ପୃଷ୍ଟି ଓ କୁଳମଣି ବେହେରା ପ୍ରମୁଖ ସ୍ୱର୍ଗତଃ ସଞ୍ଜିବଙ୍କ ସଂଘର୍ଷମୟ ଜୀବନ, ସାମାଜିକ ଦାୟିତ୍ୱବୋଧତା ଓ ଲୋକ ସଂପର୍କ ଉପରେ ଆଲୋକପତା କରିଥିଲେ। ୧୯୮୪ ବ୍ୟାଚର ସହପାଠୀମାନଙ୍କ ପକ୍ଷରୁ ନଗଦ ୨୦ ହଜାର ଟଙ୍କା ସ୍ୱର୍ଗତଃ ସଂଜୀବଙ୍କ ପୁତ୍ର ସୌମ୍ୟଙ୍କ ହାତରେ ପ୍ରଦାନ କରାଯାଇଥିଲା। ଶେଷରେ ସ୍ୱର୍ଗତଃ ସଞ୍ଜୀବଙ୍କ ଭଉଣୀ ପ୍ରତିଭା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ