ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ଶୈାର୍ଯ୍ୟ ଦିବସ ପାଳନ
କେନ୍ଦ୍ରାପଡା, ୭ ଡିସେମ୍ବର (ହି.ସ.)- ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ କେନ୍ଦ୍ରାପଡ଼ା ଜିଲ୍ଲା ତରଫରୁ ଜିଲ୍ଲା କାର୍ଯ୍ୟ।ଳୟ ତିନିମୁହାଣି ଠାରେ ଶୈାର୍ଯ୍ୟ ଦିବସ ବଜରଙ୍ଗ ଦଳ କେନ୍ଦ୍ରାପଡ଼ା ଜିଲ୍ଲା ସଂଯୋଜକ ଶୁଭ୍ରାଂଶୁ ଶେଖର ରାଉତଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ
ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ଶୈାର୍ଯ୍ୟ ଦିବସ ପାଳନ


କେନ୍ଦ୍ରାପଡା, ୭ ଡିସେମ୍ବର (ହି.ସ.)- ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ କେନ୍ଦ୍ରାପଡ଼ା ଜିଲ୍ଲା ତରଫରୁ ଜିଲ୍ଲା କାର୍ଯ୍ୟ।ଳୟ ତିନିମୁହାଣି ଠାରେ ଶୈାର୍ଯ୍ୟ ଦିବସ ବଜରଙ୍ଗ ଦଳ କେନ୍ଦ୍ରାପଡ଼ା ଜିଲ୍ଲା ସଂଯୋଜକ ଶୁଭ୍ରାଂଶୁ ଶେଖର ରାଉତଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶ୍ୱହିନ୍ଦୁ ପରିଷଦ କ୍ଷେତ୍ରୀୟ ସହ ସେବା ପ୍ରମୁଖ (କଲିକତା କ୍ଷେତ୍ର) ହରିଶ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ସହ ସମ୍ପାଦକ ସନ୍ତୋଷ ସାହୁ, ବଜରଙ୍ଗ ଦଳ କେନ୍ଦ୍ରାପଡ଼ା ଜିଲ୍ଲା ସହ ସଂଯୋଜକ ୟସପାଲ୍ ସୁତାର, ସହ ସଂଯୋଜକ ନୀଳକଣ୍ଠ ସ୍ୱାଇଁ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତା ମାନଙ୍କୁ ମାର୍ଗ ଦର୍ଶନ କରିବା ସହ ଉକ୍ତ କାର୍ଯ୍ୟକ୍ରମର ମହିମା ମଣ୍ଡନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଖଣ୍ଡରୁ ୨୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande