ସମାଜସେବୀ ସ୍ୱର୍ଗତଃ ଗୁରୁଚରଣ ଦାସଙ୍କ ଚତୁର୍ଦ୍ଦଶ ଶ୍ରଦ୍ଧାଞ୍ଜଳୀ ସଭା
କେନ୍ଦ୍ରାପଡା , 7 ଡିସେମ୍ବର (ହି.ସ.) ସ୍ଵର୍ଗତଃ ଗୁରୁଚରଣ ଦାସ କେବଳ ସ୍ୱୟଂ ସେବକ ନ ଥିଲେ ବରଂ ଏକାଧାର ରେ ସେ ଜଣେ ରାଷ୍ଟ୍ରବାଦୀ ନେତା, ମିଶାବନ୍ଦୀ, ସୁ ସଂଗଠକ, ରାଜନେତା, ଦେଶ ଭକ୍ତ, ପ୍ରବୀଣ ସାମ୍ବାଦିକ ଓ ଦରଦୀ ମଣିଷ ଥିଲେ, କେନ୍ଦ୍ରାପଡ଼ା ନୁହେଁ ସମଗ୍ର ଓଡିଶା ରେ ସ୍ବର୍ଗତ ଦାସ ଅନେକ ସ୍ୱୟଂ
ସମାଜସେବୀ ସ୍ୱର୍ଗତଃ ଗୁରୁଚରଣ ଦାସଙ୍କ ଚତୁର୍ଦ୍ଦଶ ଶ୍ରଦ୍ଧାଞ୍ଜଳୀ ସଭା


କେନ୍ଦ୍ରାପଡା , 7 ଡିସେମ୍ବର (ହି.ସ.) ସ୍ଵର୍ଗତଃ ଗୁରୁଚରଣ ଦାସ କେବଳ ସ୍ୱୟଂ ସେବକ ନ ଥିଲେ ବରଂ ଏକାଧାର ରେ ସେ ଜଣେ ରାଷ୍ଟ୍ରବାଦୀ ନେତା, ମିଶାବନ୍ଦୀ, ସୁ ସଂଗଠକ, ରାଜନେତା, ଦେଶ ଭକ୍ତ, ପ୍ରବୀଣ ସାମ୍ବାଦିକ ଓ ଦରଦୀ ମଣିଷ ଥିଲେ, କେନ୍ଦ୍ରାପଡ଼ା ନୁହେଁ ସମଗ୍ର ଓଡିଶା ରେ ସ୍ବର୍ଗତ ଦାସ ଅନେକ ସ୍ୱୟଂ ସେବକ ଗଢି ଛନ୍ତି, ଆଜି ବି ତାଙ୍କ ନୀତି ଆଦର୍ଶ ରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଅନେକ କାର‌୍ୟ୍ୟକର୍ତ୍ତା କାର‌୍ୟ୍ୟ କରୁଛନ୍ତି, ତାଙ୍କ ଅର୍ତ୍ତମାନରେ ଅମେ ସମସ୍ତେ ତାଙ୍କ ଜନ୍ମଦିବସ ରେ ଏକଠି ହୋଇ ପ୍ରତିବର୍ଷ ତାଙ୍କ ସ୍ମୃତି ଦିବସ ପାଳନ କରି କାର‌୍ୟ୍ୟକର୍ତ୍ତା ମାନଙ୍କୁ ଏକାଠି କରି ପରସ୍ପର ଭାବ ର ଆଦାନପ୍ରଦାନ କରିବା ହେଲେ ଏହା ସ୍ବର୍ଗତଃ ଦାସ ଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଆଜି ଚତୁର୍ଦ୍ଦଶ ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା ବିଧାନସଭା ର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମତ ବ୍ୟକ୍ତ କରିଛନ୍ତି, ମୁଖ୍ୟ ବକ୍ତାଭାବେ ରାଜ୍ୟ ସମବାୟ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସମନ୍ତ ଯୋଗ ଦେଇ ସ୍ବର୍ଗତଃ ଗୁରୁଚରଣ ଦାସ ଥିଲେ ପ୍ରଖର ରାଷ୍ଟ୍ରବାଦୀ ନେତା, ସେ ଜନସଙ୍ଘ ର ପ୍ରତିଷ୍ଠାତା ସଦସ୍ୟ ଥିବାବେଳେ ମିଶାବନ୍ଦୀ ଭାବେ ଦୀର୍ଘ ୧୦ମାସ ଜେଲ ରେ ରହି କାରାବରଣ କରିଥିଲେ, ତାଙ୍କର ନୀତି ଆଦର୍ଶ ରେ ସମସ୍ତେ ଅନୁପ୍ରାଣିତ ହୋଇ କାର‌୍ୟ୍ୟ କରିବାକୁ ସେ ଉପସ୍ଥିତ ଜନସାଧାରଣ ଙ୍କୁ ଆହ୍ୱାନ ଦେଇଥିଲେ, ସମ୍ମାନୀତ ଅତିଥି ଭାବେ ମହାକାଳପଡ଼ା ବିଧାୟକ ଡ଼ ଦୁର୍ଗାପ୍ରସନ୍ନ ନାୟକ ଯୋଗ ଦେଇ ସ୍ବର୍ଗତ ଦାସ ଙ୍କ ଜୀବନି ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କ ନାମରେ କରାଯାଇଥିବା ଟ୍ରଷ୍ଟର ବିଭିନ୍ନ ସାମାଜିକ ଓ ସେବା ମୂଳକ କାର‌୍ୟ୍ୟ କୁ ଭୁୟସୀ ପ୍ରଂଶସା କରିଥିଲେ, ଅନ୍ୟତମ ସମ୍ମାନୀତ ଅତିଥି ଭାବେ ପୂର୍ବତନ ଖାଦ୍ୟ ଯୋଗାଣ ନିଗମ ର ଅଧ୍ୟକ୍ଷ ସୁଦୀପ୍ତ ରାୟ ଯୋଗ ଦେଇ ସ୍ବର୍ଗତ ଦାସ ଙ୍କ ରାଷ୍ଟ୍ର ଭକ୍ତି, ଦେଶପ୍ରେମ ସମ୍ପର୍କରେ ମତବ୍ୟକ୍ତ କରିବା ସହ ତାଙ୍କ ର କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ,ଏହି କାର‌୍ୟ୍ୟକ୍ରମ ରେ ଗୁରୁଚରଣ ଦାସ ସ୍ମୃତି କମିଟିର ଅଧ୍ୟକ୍ଷ ବୈଦ୍ୟନାଥ ଚାଟାର୍ଜୀ ସଭାପତିତ୍ୱ କରିଥିବା ବେଳେ ସ୍ୱାଗତ ଭାଷଣ ଦେଇଥିଲେ, କାର‌୍ୟ୍ୟକ୍ରମ ରେ ସେ ସମୟ ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିଚାରଧାରା ର କାମ କରୁଥୁବା ପ୍ରାୟ ୨୩ଜଣ ପ୍ରତିଭା ଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ମାନପତ୍ର (ମୋମେଣ୍ଟମ )ଓ ଉପଢୌକନ, ନଡ଼ିଆ ଆଦି ପ୍ରଦାନ କରାଯାଇ ଥିଲା, ରବିନାରାୟଣ ପତି, ଗୀତାଞ୍ଜଳି ସେଠି, ଗୌରୀ ପ୍ରସାଦ ରଥ, ସୁଲେଖ ପ୍ରଧାନ, ଶରତ ଷଡ଼ଙ୍ଗୀ, ବିପିନ ରାଉତ, ସାମ୍ବାଦିକ ଜଗନ୍ନାଥ ଦାସ, ପ୍ରଦୀପ୍ତ ମହାପାତ୍ର, କବିୟତ୍ରୀ ଅନୁସୟା ମିଶ୍ର, ରବି ନାରାୟଣ ପତି,ସର୍ବେଶ୍ୱର ମିଶ୍ର, ଦିପକ ରଥ, ଅନ୍ତର‌୍ୟ୍ୟାମୀ ବେଜ, ବିଦ୍ୟୁତ କୁମାର ଖୁଣ୍ଟିଆ, ଗୋଲେଖ ଚନ୍ଦ୍ର ବେହେରା କୈଳାସ ଚନ୍ଦ୍ର ଦାସ, ଅର୍ଜୁନ ମଣ୍ଡଳ, ଅଶୋକ କୁମାର ସ୍ୱାଇଁ, ନୃସିଂହ ଚରଣ ପତ୍ରି, ପ୍ରଫୁଲ୍ଲ ଦାସ, ଉମାଶଙ୍କର ଦାସ, ଇଂ ବିଷ୍ଣୁ ଚରଣ ବେହେରା, ସରୋଜ କାନ୍ତ ସାହୁ, ପ୍ରମୁଖ ସ୍ବର୍ଗତ ଦାସ ଙ୍କ ସ୍ମୃତି ଚାରଣ କରିଥିଲେ,କାର‌୍ୟ୍ୟକ୍ରମ କୁ ସଂଯୋଜକ ଅଭିମନ୍ୟୁ ଗୋଛାୟତ ସଂଯୋଜନା କରିଥିଲେ, ଟ୍ରଷ୍ଟ ର ସମ୍ପାଦକ ବିରଞ୍ଚି ନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର‌୍ୟ୍ୟକ୍ରମ ରେ ବିଜେପି କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠି, ବିଜେପି ନେତା ସୁନାକାର ବେହେରା, ପୂର୍ବତନ ସାଂସଦ ଅର୍ଚନା ନାୟକ, ପୂବର୍ତନ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, କରୁଣାକର ସାହୁ,ପ୍ରଶାନ୍ତ ସେଠି, ଇଂ ରୁଦ୍ର ନାରାୟଣ ମୁଦୁଲି, ଇଂ ଚନ୍ଦ୍ରକାନ୍ତ ସ୍ୱାଇଁ, ସିଲୁପ୍ରସାଦ ମହାରଣା, ଇଂ ସୋନୁ ପ୍ରସାଦ ଦଳାଇ, ବନ୍ଦନା ଦାସ, ଝିଲ୍ଲୀ ଦାସ, ବିଘ୍ନେଶ ସେଠି, ଯଶୋବନ୍ତ ପାତ୍ର, ପ୍ରତାପ ତ୍ରିପାଠୀ, ଲଷ୍ମୀକାନ୍ତ ସ୍ୱାଇଁ, ବିକ୍ରମ ରାଉତରାୟ, ସଚ୍ଚିଦାନନ୍ଦ ବେହେରା ପ୍ରମୁଖ ଙ୍କ ସମେତ ବହୁ ଜନସାଧାରଣ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande