
ଗଂଜାମ, 7 ଡିସେମ୍ବର (ହି.ସ.)
ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ବିଶେଷ କରିମହିଳାଓ ଶିଶୁ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାସହ ସଚେତନତା କରିବାକୁ ସବୁ ସବ୍ ସେଣ୍ଟରରେ ପ୍ରତିମାସରେ ଆୟୁଷ୍ମାନ ଜନଆରୋଗ୍ୟ ଶିବିର କରବା ପାଇଁ ପ୍ରତି ଶିବିର ପିଛା ପର୍ଯ୍ୟାପ୍ତ ଅର୍ଥ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସିଏଚସି ଓ ମାନଙ୍କ ମାଧ୍ୟମରେ ଯୋଗାଉଛନ୍ତି। କିନ୍ତୁ ଏହି କାର୍ଯ୍ୟକ୍ରମ କୁକୁଡା ଖଣ୍ଡି ସିଏଚସିର ଶିହଳାସବ୍ ସେଣ୍ଟରରେ ଆଦୌ କରାନଯାଇ ମିଥ୍ୟା ଭାଉଚର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ପୁରୁଣା ଫଟୋ ଦେଖାଇ ଶିବିର ପାଇଁ ଆସୁଥିବା ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ ହେଉଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ କୁକୁଡାଖଣ୍ଡି ସିଏଚସି ମେଡିକାଲ ଅଫିସର ଓ ଗଂଜାମ ଜିଲା ସିଡିଏମଓ ଘଟଣା ର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନ ଦାବି ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ