
ଭୁବନେଶ୍ୱର, 7 ଡିସେମ୍ବର (ହି.ସ.)-କେନ୍ଦ୍ରୀୟ
ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଶସ୍ତ୍ର ସେନା ପତାକା ଦିବସ ଅବସରରେ ଦେଶର ବୀର ଯବାନମାନଙ୍କୁ
ଏବଂ ସେମାନଙ୍କ ପରିବାରଜନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସେ ସୋସିଆଲ୍ ମିଡିଆରେ ଲେଖିଛନ୍ତି ଯେ, ‘ସଶସ୍ତ୍ର ସେନା ପତାକା
ଦିବସ’ ଅବସରରେ ଭାରତ ମାତାର ସୁରକ୍ଷାରେ ସର୍ବଦା ସମର୍ପିତ ଆମର ବୀର ସୁରକ୍ଷାବଳ, ପୂର୍ବତନ ସେନା କର୍ମୀ
ଏବଂ ସେମାନଙ୍କ ପରିବାରଜନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।
ଏହି ଦିବସ ଆମକୁ ସେମାନଙ୍କ ଅତୁଳନୀୟ ସାହସ, ତ୍ୟାଗ ଏବଂ
ରାଷ୍ଟ୍ରନିଷ୍ଠାର ସ୍ମୃତି ଦେଇଥାଏ—ଯେଉଁମାନେ ସୀମାରେ ପ୍ରତ୍ୟେକ ଚ୍ୟାଲେଞ୍ଜକୁ ସାମ୍ନା କରି
ଦେଶର ସୁରକ୍ଷାକୁ ସବୁଠାରୁ ଉପରେ ରଖିଛନ୍ତି।
ଆମ ବୀର ଯୋଦ୍ଧାମାନଙ୍କର ଶୌର୍ଯ୍ୟ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ
ରାଷ୍ଟ୍ରପ୍ରେମ, କର୍ତ୍ତବ୍ୟବୋଧ ଏବଂ
ଅତୁଟ ଆତ୍ମବିଶ୍ୱାସ ଜାଗ୍ରତ କରେ। ଭାରତ ସେମାନଙ୍କ ଅଦ୍ୱିତୀୟ ବଳିଦାନ ପାଇଁ ସର୍ବଦା ଋଣୀ
ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା