ନିଖୋଜ ବୃଦ୍ଧାଙ୍କ ମୃତଦେହ ଚାଷ ଜମିରୁ ଉଦ୍ଧାର
ସୁବର୍ଣ୍ଣପୁର, ୭ ଡିସେମ୍ବର (ହି.ସ.)- ଆଜି ସକାଳୁ ବିନିକା ଥାନା ଅନ୍ତର୍ଗତ ଦାନୀପାଲି ଗ୍ରାମ ଚାଷ ଜମିରୁ ୭୦ ବର୍ଷ ବୟସ୍କା ଜନୈକା ବୃଦ୍ଧାଙ୍କ ମୃତଦେହ ବିନିକା ପୋଲିସ ଉଦ୍ଧାର କରିଛି। ଯଦିଓ ମହିଳା ଜଣକ ୮ ଦିନ ହେଲା ଘର ଛାଡି କୁଆଡେ ଚାଲି ଯାଇଥିଲେ ଘର ଲୋକେ ଏ ସମ୍ପର୍କରେ ପୋଲିସକୁ ଖବର ଦେଇ ନଥିଲ
ନିଖୋଜ ବୃଦ୍ଧାଙ୍କ ମୃତଦେହ ଚାଷ ଜମିରୁ ଉଦ୍ଧାର


ସୁବର୍ଣ୍ଣପୁର, ୭ ଡିସେମ୍ବର (ହି.ସ.)- ଆଜି ସକାଳୁ ବିନିକା ଥାନା ଅନ୍ତର୍ଗତ ଦାନୀପାଲି ଗ୍ରାମ ଚାଷ ଜମିରୁ ୭୦ ବର୍ଷ ବୟସ୍କା ଜନୈକା ବୃଦ୍ଧାଙ୍କ ମୃତଦେହ ବିନିକା ପୋଲିସ ଉଦ୍ଧାର କରିଛି। ଯଦିଓ ମହିଳା ଜଣକ ୮ ଦିନ ହେଲା ଘର ଛାଡି କୁଆଡେ ଚାଲି ଯାଇଥିଲେ ଘର ଲୋକେ ଏ ସମ୍ପର୍କରେ ପୋଲିସକୁ ଖବର ଦେଇ ନଥିଲେ କିମ୍ବା ଅଭିଯୋଗ କରି ନଥିଲେ। ଆଜି ଜମିରେ ମୃତଦେହ ମିଳିବା ପରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ବୋଲି ସୂଚନା ମିଳିଛି। ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande