
ଭୁବନେଶ୍ୱର, 7 ଡିସେମ୍ବର (ହି.ସ.)- ଭୁବନେଶ୍ୱର ସ୍ଥିତ ସ୍ବସ୍ତି ପ୍ରିମିୟମ ଠାରେ ରେଟ୍ରୋଡ
ଟେକନୋଲୋଜି ପ୍ରାଇଭେଟ ଲିମିଟେଡ ପକ୍ଷରୁ ଟେକ ଇନ ଟୁରିଜିମ କନକ୍ଳେଭ ଆୟୋଜିତ ହୋଇଛି । ମୁଖ୍ୟ
ଅତିଥି ଭାବେ ବିଧାୟକ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ
କାର୍ଯ୍ୟକ୍ରମକୁ ଉଦଘାଟିତ କରିଥିଲେ ।ଅନ୍ୟତମ ଅତିଥି ଭାବେ ଦ କ୍ରାଉନ ଓ ଡାଲମା ହୋଟେଲ ମୁଖ୍ୟ ଶ୍ରୀ
ଦେବାଶିଷ ପଟନାୟକ, ମଲ ଆଇକ୍ୟୁ ମୁଖ୍ୟ
ଶ୍ରୀ ନଚିକେତା ଦାସ,ତତ୍ତ୍ୱ ଟେକନୋଲୋଜି
ମୁଖ୍ୟ ଶ୍ରୀ ଏ କେ ମହାନ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ପ୍ରଯୁକ୍ତିବିଦ୍ୟାକୁ
ବ୍ୟବହାର କରି ପର୍ଯ୍ୟଟନ କ୍ଷେତ୍ରକୁ କିଭଳି ଭାବେ ଆହୁରି ଅଧିକ ବିକାଶ କରାଯିବା ସହ କିଭଳି
ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଇପାରିବ ସେନେଇ ଏହି କନକ୍ଳେଭରେ ବିସ୍ତୃତ ଆଲୋଚନା
କରାଯାଇଥିଲା । ଏହା ସହ ବିଦେଶରେ ପର୍ଯ୍ୟଟନର
ବିକାଶ ଓ ପ୍ରଚାର ପ୍ରସାର ପାଇଁ କିଭଳି ନୂଆ ନୂଆ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ହେଉଛି ଓ ଆମେ
କିଭଳି ସେହି ଟେକନୋଲୋଜିକୁ ବ୍ୟବହାର କରିପାରିବା ସେ ଦିଗରେ ମଧ୍ୟ ଆଲୋଚନା ହୋଇଥିଲା ।ବିଶେଷକରି
ପର୍ଯ୍ୟଟନ କ୍ଷେତ୍ର ,ହୋଟେଲ ଓ ଟୁରିଯିମ
କ୍ଷେତ୍ର ,ଓ ଷ୍ଟାର୍ଟଅପ
କ୍ଷେତ୍ରରେ କାମ କରୁଥିବା ଓ ରୁଚି ରଖୁଥିବା ସଂସ୍ଥା ଓ ବ୍ୟକ୍ତିବିଶେଷ ମାନେ ଏଥିରେ ଅଂଶ ଗ୍ରହଣ
କରି ନିଜ ମତାମତ ରଖିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା