ଜୟପୁର, ୨୩ ଫେବ୍ରୁଆରି (ହି.ସ.) - ମଧ୍ୟପ୍ରଦେଶ ସଫେଇ କର୍ମଚାରି ଆୟୁକ୍ତ ଅଧ୍ୟକ୍ଷ ପ୍ରତାପ କରସିଆ ଜୟପୁର ଗସ୍ତରେ ଆଜି ଆସିଛନ୍ତି । ଜୟପୁର ଆମ୍ବେଦକର ଛକ ସ୍ଥିତ ଭୀମାରାଓ ଆମ୍ବେଦକରଙ୍କ ପ୍ରତିମୂର୍ତି ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏନେଇ ପ୍ରଥମେ ଆଜି ଅପରାହ୍ନ ୧ ଘଂଟାରେ ଜୟପୁର ରଜାନହର ଠାରୁ ବିଶାଳ ଶୋଭାଯାତ୍ରା ବାହାରି ମୁଖ୍ୟ ରାସ୍ତାରେ ଆମ୍ବେଦକର ଛକରେ ପହଂଚିଥିଲା । ସେଠାରେ ଆୟୁକ୍ତ ପ୍ରତାପ କରସିଆ ଆମ୍ବେଦକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଅପରାହ୍ନ ୨ଟାରେ ଜୟପୁର ଦଶହରା ପଡିଆ ଠାରେ ବୈଠକ ଅନୁଷ୍ଟିତ ହୋଇଥିଲା। ବୈଠକ ଅପରାହ୍ନ ୪ଟାରେ ଶେଷ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପବନ