ବଣ୍ଡା ଘାଟିରେ ନେଟୱର୍କ ସମସ୍ୟା ଯୋଗୁଁ ଇ-କେୱାଇସି ସାଜିଛି ବାଧକ
ମାଲକାନଗିରି, ୨୪ ଫେବୃଆରୀ (ହି.ସ.)- ମାଲକାନଗିରି ବଣ୍ଡା ଘାଟିର ଅଧା ପରିବାର ରାସନ ପାଇବାରୁ ବଞ୍ଚିତ ହେବା ଆଶଙ୍କା ପ୍ରକାଶ ପାଇଛି। ରାସନ ଚାଉଳ ଦାନା ଦେଉଥିବା ବେଳେ ଏଥିରେ ଇ-କେୱାଇସି ବାଧକ ସାଜିଛି। ମାର୍ଚ୍ଚ ୩୧ ଇ-କେୱାଇସିର ଶେଷ ତାରିଖ ଥିବା ବେଳେ ଏଠାରେ ନେଟୱର୍କ ରହୁନଥିବାରୁ ଆଧାର ଅପଡେଟ୍ ଏବ
ବଣ୍ଡା ଘାଟିରେ ନେଟୱର୍କ ସମସ୍ୟା ଯୋଗୁଁ ଇ-କେୱାଇସି ସାଜିଛି ବାଧକ


ମାଲକାନଗିରି, ୨୪ ଫେବୃଆରୀ (ହି.ସ.)- ମାଲକାନଗିରି ବଣ୍ଡା ଘାଟିର ଅଧା ପରିବାର ରାସନ ପାଇବାରୁ ବଞ୍ଚିତ ହେବା ଆଶଙ୍କା ପ୍ରକାଶ ପାଇଛି। ରାସନ ଚାଉଳ ଦାନା ଦେଉଥିବା ବେଳେ ଏଥିରେ ଇ-କେୱାଇସି ବାଧକ ସାଜିଛି। ମାର୍ଚ୍ଚ ୩୧ ଇ-କେୱାଇସିର ଶେଷ ତାରିଖ ଥିବା ବେଳେ ଏଠାରେ ନେଟୱର୍କ ରହୁନଥିବାରୁ ଆଧାର ଅପଡେଟ୍ ଏବଂ ଇ-କେୱାଇସି ହୋଇପାରୁନାହିଁ। ଫଳରେ ବଣ୍ଡା ଘାଟିର ପରିବାର ଏବେ ଦୋଛକିରେ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସେମାନଙ୍କୁ ଏବେ ଦୋଛୋକିରେ ପକାଇଛି। ନେଟଓ୍ବର୍କ ସମସ୍ୟା ଓ ଅନ୍ୟ କାରଣରୁ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ବଣ୍ତାଘାଟିରେ ୫୦ ପ୍ରତିଶତ ପରିବାର ଆଧାର କାର୍ଡ ଅପଡେଟ୍ ଏବଂ ଇ- କେୱାଇସି କରିନାହାନ୍ତି । ଅଧିକାଂଶ ଗରିବ ପରିବାର ପାଖରେ ମୋବାଇଲ ନାହିଁ। ଫିଙ୍ଗର ପ୍ରିଣ୍ଟ ସମସ୍ୟା ମଧ୍ୟ ଦେଖାଦେଉଛି। ଆଧାର କାର୍ଡ ଠିକ୍ ନଥିବାରୁ ରାସନ କାର୍ଡ ସହ ସଂଯୋଗ ହୋଇପାରୁନାହିଁ । ଫଳରେ ରାସନ ନ ମିଳିବା ଆଶଙ୍କା ସୃଷ୍ଟି ହୋଇଛି ।

ବଣ୍ତାଘାଟିର ସମୁଦାୟ ୨ଟି ପଞ୍ଚାୟତ ମୁଦୁଲିପଡ଼ା ଓ ଅଣ୍ତାହଲର ୪ ହଜାର ୫୫ ଜଣ ଯୋଗ୍ୟ ରାସନ ହିତାଧିକାରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୨ ହଜାର ୩୯୪ ଜଣ ଇ - କେୱାଇସି କରିଛନ୍ତି । ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଇ-କେୱାଇସି ନହେଲେ, ଏଥିପାଇଁ ଆଉ ଅବଧି ବଢ଼ାଯିବ ନାହିଁ ବୋଲି ଯୋଗାଣ ମନ୍ତ୍ରୀ ରୋକଠୋକ୍ କହିଥିବାରୁ ବଣ୍ଡାଘାଟିରେ ଅଧା ଲୋକଙ୍କୁ ରାସନ ନମିଳିବାର ଆଶଙ୍କା ପ୍ରକାଶ ପାଇଛି । ବଣ୍ଡାଘାଟିରେ ପୂର୍ବରୁ ସୁଭଦ୍ରାକୁ ନେଇ ସମସ୍ୟା ଥିବା ବେଳେ ପୁଣି ରାସନ କାର୍ଡକୁ ନେଇ ଲୋକ ଚିନ୍ତାରେ ପଡ଼ିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande