କନ୍ଧମାଳ, ୨୪ ଫେବୃଆରୀ (ହି.ସ.)- ବିଜୁକଲ୍ୟାଣ ମଣ୍ଡପ, ଫୁଲବାଣୀ ଠାରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ରବିବାର ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟ ଶିବିର କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ, ରାଜ୍ୟ ବରିଷ୍ଠ ନାଗରିକ ମହାସଂଘ, ଓଡିଶା, ଭୁବନେଶ୍ୱର ଏବଂ ସନ ସାଇନ ହସସ୍ପିଟାଲ, ଭୁବନେଶ୍ୱର ଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ସନ ସାଇନ ହସ୍ପିଟାଲ, ଭୁବନେଶ୍ୱରର ଭେଷଜ ବିଶେଷଜ୍ଞ ଡା.ରାକେଶ ମହାନ୍ତି, ଅସ୍ଥି ବିଶେଷଜ୍ଞ ଡ଼. ଦେବାଶିଷ ଷଡ଼ଙ୍ଗୀ, ନିୟୁରୋଲୋଜି ଡ଼. ସଚ୍ଚିଦାନନ୍ଦ ସ୍ୱାଇଁ, ୟୁରୋଲୋଜି ଡ଼. ଆଦିତ୍ୟ ପ୍ରସାଦ ପାଢ଼ୀ ଏବଂ ଅନ୍ୟାନ୍ୟ ୧୫ ଜଣ ଟେକନିସିଆନ ୩ଶହରୁ ଅଧିକ ରୋଗୀ ମାନଙ୍କୁ ଚିକିତ୍ସା କରିଥିଲେ। କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ, କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, କନକଳତା ସାହୁ : ସେବା ସଂସ୍ଥାନ, ଫତେଗଡ଼, ନୟାଗଡ଼, ସାଇ ସିଦ୍ଧି ସ୍ୱାଗତ ଟ୍ରଷ୍ଟ, ଭୁବନେଶ୍ୱର ରୋଗୀ ମାନଙ୍କ ପାଇଁ ଔଷଧ ଯୋଗାଇଥିଲେ। ସନ ସାଇନ ହସ୍ପିଟାଲ, ଭୁବନେଶ୍ୱର ଙ୍କୁ ଏହି ସ୍ୱାସ୍ଥ୍ୟ ଶିବିର ଆଣିବାର ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ସାଧାରଣ ସମ୍ପାଦକ ଯୁଗଳ କିଶୋର ସାହୁଙ୍କ ଅବଦାନ ପ୍ରଶଂସନୀୟ। ଏହି ସ୍ୱାସ୍ଥ୍ୟ ଶିବିରରେ ବିପି, ସୁଗାର ଓ ଇସିଜି ପରୀକ୍ଷା କରାଯିବା ସହିତ ୫୦ ହଜାର ଟଙ୍କା ମୁଲ୍ଔ୍ଯ ଔଷଧ ରୋଗୀମାନଙ୍କୁ ମାଗଣା ରେ ବଣ୍ଟନ କରାଯାଇଥିଲା।
ଏହି ସ୍ୱାସ୍ଥ୍ୟ ଶିବିରକୁ ସଂଘର ସଭାପତି କମଳାକାନ୍ତ ପାଣ୍ଡେ, କାର୍ଯ୍ୟକାରୀ ସଭାପତି ପଦ୍ମଚରଣ ସ୍ୱାଇଁ, ଉପସଭାପତି କେ. ଜ୍ଞାନ କୁମାର ଦୋରା ଓ ନବକିଶୋର ରଥ, ସାଧାରଣ ସମ୍ପାଦକ ପ୍ରଣବ କୁମାର ମଣ୍ଡଲ, ସଂଗଠନ ସମ୍ପାଦକ ରାଜକିଶୋର ପାଢ଼ୀ, ଯୁଗ୍ମ ସମ୍ପାଦକ ବଂଶୀଧର ପଣ୍ଡା ଓ ଅମୀୟ କୁମାର ଦାସ ଏବଂ ପ୍ରମୋଦ ସାହୁ, ପିତାମ୍ବର ମିଶ୍ର, ମଧୁ ସାହୁ ପ୍ରମୁଖ ପରିଚାଳନା କରିଥିଲେ। କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଆଗାମୀ ଦିନରେ ଏହିପରି ମେଗା ସ୍ୱାସ୍ଥ୍ୟ ଶିବର କରିବ ବୋଲି ସାଧାରଣ ସମ୍ପାଦକ ପ୍ରଣବ ମଣ୍ଡଲ ପ୍ରକାଶ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ