ସ୍ୱର୍ଗତ ବନବିହାରୀ କୁଅଁରଙ୍କ ଶ୍ରଦ୍ଧାଞ୍ଜଳି ସଭା
ଘଟଗାଁ, ୨୩ ଫେବୃଆରୀ(ହି.ସ.) – ବିଶିଷ୍ଟ ସମାଜସେବୀ ତଥା ମଦନପୁର ପଂଚାୟତର ପୂର୍ବତନ ସରପଂଚ ସ୍ୱର୍ଗତ ବନବିହାରୀ କୁଅଁରଙ୍କ ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟକ୍ରମ ମଦନପୁର ସ୍ଥିତ ବାସଭବନ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ସଭାରେ ଓଡ଼ିଶା ଭାରତୀୟ ଜନତା ପାର୍ଟିର ଉପ ସଭାପତି ଗ
ସ୍ଵର୍ଗତ ବନ ବିହାରୀ କୁଅଁର ଙ୍କ ଶ୍ରଦ୍ଧାଞ୍ଜଳି ସଭା (ଫଟୋ)


ଘଟଗାଁ, ୨୩ ଫେବୃଆରୀ(ହି.ସ.) – ବିଶିଷ୍ଟ ସମାଜସେବୀ ତଥା ମଦନପୁର ପଂଚାୟତର ପୂର୍ବତନ ସରପଂଚ ସ୍ୱର୍ଗତ ବନବିହାରୀ କୁଅଁରଙ୍କ ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟକ୍ରମ ମଦନପୁର ସ୍ଥିତ ବାସଭବନ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ସଭାରେ ଓଡ଼ିଶା ଭାରତୀୟ ଜନତା ପାର୍ଟିର ଉପ ସଭାପତି ଗୋଲେଖ ମହାପାତ୍ର ଯୋଗ ଦେଇ ସ୍ୱର୍ଗତ ବନବିହାରୀ କୁଅଁରଙ୍କ କୀର୍ତି ଓ କାର୍ଯ୍ୟବଳି ସମପର୍କରେ ଉଲ୍ଲେଖ କରିଥିଲେ, ସ୍ୱର୍ଗତ ବନବିହାରୀ କୁଅଁର ରାଜନୀତି ଠାରୁ ଉର୍ଦ୍ଧ୍ୱରେ ରହି ନିଜ ପ୍ରିୟ ପଂଚାୟତବାସୀଙ୍କୁ ସାଙ୍ଗରେ ଧରି ନିଜ ଅଂଚଳରେ ଉଚ୍ଚଶିକ୍ଷା ପାଇଁ ହାଇସ୍କୁଲ ପ୍ରତିଷ୍ଠା କରିବା, ଚାଷୀମାନଙ୍କ ପାଇଁ ନିଜ ପଂଚାୟତରେ ଏକ ବୃହତ୍ ଜଳ ସେଚନ ପ୍ରକଳ୍ପ ପ୍ରତିଷ୍ଠା କରିବା ଏବଂ ତାଙ୍କ ଅବଧୂ ସମୟରେ ନିଜ ପଂଚାୟତରେ ଲୋକ ଙ୍କ ମଧ୍ୟରେ ସାମାଜିକ ସଂପର୍କ ପ୍ରତିଷ୍ଠା ଦିଗରେ ଗୁରୁତ୍ୱ ଦେଉଥିଲେ। ସେ ସମୟରୁ ସ୍ୱର୍ଗତ କୁଅଁର ଏକ ଜମିଦାର ପରିବାରରୁ ଜନ୍ମହୋଇ ନିଜ ଜୀବନର ସମସ୍ତ ସମୟକୁ ଲୋକ ମାନଙ୍କ ପାଇଁ ଉତ୍ସର୍ଗୀକୃତ କରିଥିବା କଥା ଉଲ୍ଲେଖ କରିଥିଲେ। ଭକ୍ତ ସଭାରେ ସ୍ୱର୍ଗତ କୁଅଁର ଙ୍କ ପୁତୁରା ହିମାଂଶୁ କୁଅଁର ବନବିହାରୀ କୁଅଁରଙ୍କ ସ୍ମୃତି ଚାରଣ କରି କିଭଳି ଭାବେ ଶ୍ରୀ କୁଅଁର ଲୋକ ଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ନିଜର ବଡ଼ ଭାଈ ସ୍ୱର୍ଗତ ମୁରଲିଧର କୁଅଁର ରାମଚନ୍ଦ୍ରପୁର ନିର୍ବାଚନ ମଣ୍ଡଳୀର ୩ ଥର ବିଧାୟକ ଥାଇ ସୁଦ୍ଧା ଆଜି କାଲି ର ରାଜନେତା ଭଳି ରାଜ ଧର୍ମ ଛାଡ଼ି କିଭଳି ଭାବେ ନିଜର ପ୍ରତିଷ୍ଠା ଓ ସମ୍ପତି ବଢ଼ାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ସେସବୁକୁ ବନବିହାରୀ କୁଅଁର ପଛରେ ପକାଇ ସେବା ମନୋବୃତି ରଖ୍ ଜନସାଧାରଣଙ୍କ ପାଇଁ କାମ କରୁଥିଲେ ବୋଲି ବକ୍ତବ୍ୟ ରଖିଥିଲେ। ଅନ୍ୟତମ ବକ୍ତା ଭାବେ ବାଣୀ ବିହାର ଆଇନ କଲେଜ୍‌ର ପୂର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଜେନା ଓ ଭଉଣୀ ଭୁବନେଶ୍ୱର ଜୟଦେବ କଲେଜ ର ପୂର୍ବତନ ଅଧ୍ୟକ୍ଷା ଜ୍ୟୋସ୍ନା ରାଣୀ କୁଅଁର ଯୋଗ ଦେଇ ସ୍ୱର୍ଗତ ବନ ବିହାରୀ କୁଅଁରଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚା ରଣ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ସ୍ୱର୍ଗତ ଶ୍ରୀ କୁଅଁରଙ୍କ ସ୍ୱ ଲିଖୁତ କର୍ତବ୍ୟ ପଥେ‘ ନାମକ ପୁସ୍ତକ କୁ ଶ୍ରୀ ଗୋଲେଖ ମହାପାତ୍ର ଉନ୍ମୋଚନ କରିଥିଲେ।

ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ତେଲକୋଇ ର ବିଧାୟକ ଡକ୍ଟର ଫକିର ମୋହନ ନାୟକ, ପାଟଣା ବିଧାୟକ ଶ୍ରୀ ଅଖୁଳ ନାୟକ, ଜିଲ୍ଲା ବିଜେପି ସଭାପତି ଶ୍ରୀ ଶୁକଦେବ ମହାନ୍ତ, ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ ଘଷିପୁରା ବ୍ଲକର ପୂର୍ବତନ ଚେୟାରମେନ ଚତୁର୍ଭୁଜ ନାୟକ, ଚମ୍ପୁଆର ପୂର୍ବତନ ବିଧାୟକ ଧନୁର୍ଜୟ ସିନ୍ଧୁ, ହରିଚନ୍ଦନପୁର ବ୍ଲକର ପୂର୍ବତନ ଚେୟାରମେନ କୃଷ୍ଣଚନ୍ଦ୍ର ମହାନ୍ତି, ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭା ନେତ୍ରୀ ମମତା ସିଂ, ଜିଲ୍ଲା ପରିଷଦ ସଭ୍ୟା ଅସୀମା ମିଶ୍ର , ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପରିଜନମାନେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ସତସଙ୍ଗ ପ୍ରମୁଖ ଗଣେଶ୍ୱର ସାହୁ ସଂଯୋଜନା କରିଥିବାବେଳେ କାର୍ଯ୍ୟକ୍ରମକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପୃଥୀରାଜ କୁଅଁର କାର୍ଯ୍ୟକ୍ରମ ତୁଲାଇ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande