ବ୍ରିଜ ଉଦଘାଟନ ବନ୍ଦ, ଫେରିଲେ ସାଂସଦ
ଜୟପୁର, ୨୩ ଫେବୃଆରୀ (ହି.ସ.)- କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ପଞ୍ଚାୟତର ବରେଇଗୁଡା ବ୍ରିଜ ଆଜି ଉଦଘାଟନ କାର୍ଯ୍ୟକ୍ରମ ରହିଥିଲା l ଉଦଘାଟନ କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ l ଅତିଥିଙ୍କ ଦ୍ୱରା ବ୍ରିଜ ଉଦଘାଟନ ପୂର୍ବରୁ ଜମ
ବ୍ରିଜ ଉଦଘାଟନ ବନ୍ଦ, ଫେରିଲେ ସାଂସଦ


ଜୟପୁର, ୨୩ ଫେବୃଆରୀ (ହି.ସ.)- କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ପଞ୍ଚାୟତର ବରେଇଗୁଡା ବ୍ରିଜ ଆଜି ଉଦଘାଟନ କାର୍ଯ୍ୟକ୍ରମ ରହିଥିଲା l ଉଦଘାଟନ କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ l ଅତିଥିଙ୍କ ଦ୍ୱରା ବ୍ରିଜ ଉଦଘାଟନ ପୂର୍ବରୁ ଜମି ମାଲିକ ପହଁଚି ଉଦଘାଟନକୁ ବିରୋଧ କରିଥିଲେ l ଜମି ମାଲିକ ଟଙ୍କା ନପାଇବା ପର୍ଯ୍ୟନ୍ତ ବ୍ରିଜ ଉଦଘାଟନ କରାଯିବ ନାହିଁ ବୋଲି ରୋକ ଠୋକ ମନା କରିଦେଇଥିଲେ l ସାଂସଦ ଶ୍ରୀ ମାଝୀ ଜମି ମାଲିକଙ୍କ କଥା ଶୁଣିବା ପରେ ଆଉ ସେହି ପୋଲ ଉଦଘାଟନ ନକରି ଫେରି ଆସିଥିଲେ। ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିଲେ l

ଏ ସଂପର୍କରେ ସେଠାରେ ଉପସ୍ଥିତ ଥିବା ଆରଡ଼ି ବିଭାଗର ଏସଡିଓଙ୍କୁ ପଚାରିବାରୁ ସେ କହିଥିଲେ, ମୁଁ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଏହି କାର୍ଯ୍ୟ ଆରମ୍ଭ ହୋଇ ସାରିଥିଲା। ମୋ ନଜରକୁ ଏଭଳି ଅଭିଯୋଗ ଆଗରୁ ଆସିନଥିଲା। ଏଭଳି ଅଭିଯୋଗକୁ ମୁଁ ଉପରିସ୍ଥ କର୍ତୁପକ୍ଷଙ୍କୁ ଜଣେଇବି ଏବଂ ସେ ଏହି ସମସ୍ୟାର ସମାଧାନ କରିବେ ବୋଲି ଉତ୍ତର ରଖିଥିଲେ। ସେପଟେ ଗାଁ ଲୋକେ ଜମି ମାଲିକଙ୍କୁ ବିରୋଧ କରିଛନ୍ତି l ସେମାନେ କହିଛନ୍ତି ବାଲିଗାଁ ପଞ୍ଚାୟତର ବରେଇଗୁଡା, କଦମଗୁଡା ଏବଂ କଉଡ଼ିମଣି ଗ୍ରାମ ସହିତ ଚେରକା ପଞ୍ଚାୟତର ୧୮ଟି ଗାଁ ବାଲିଗାଁ ପଞ୍ଚାୟତ ସହିତ ଯୋଗାଯୋଗ ହୋଇ ପାରୁନଥିଲା, ଏଣୁ ବିଗତ ଦିନରେ ବ୍ରିଜ ନିର୍ମାଣ ପାଇଁ ଦାବୀ କରିଆସୁଥିଲୁ l ଲୋକଙ୍କ ସମସ୍ୟାକୁ ବୁଝି ପ୍ରଶାସନ ପକ୍ଷରୁ ବ୍ରିଜ ନିର୍ମାଣ ହେଲା, କିନ୍ତୁ ନିର୍ମାଣ ପୂର୍ବରୁ କିମ୍ବା ନିର୍ମାଣ ସମୟରେ ବିରୋଧ ନକରି ଉଦଘାଟନ ସମୟରେ ଜମି ମାଲିକ ବିରୋଧ ଘଟଣାକୁ ନିନ୍ଦା କରିଛନ୍ତି ଗାଁ ଲୋକେ l

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande