ଭଦ୍ରକ, ୨୩ ଫେବୃୟାରୀ (ହି.ସ.)- ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଧାମନଗର ବିଜେଡ଼ି ତାର ରଣ କୌଶଳ ଆରମ୍ଭ କରିଚି।ଯେମିତି ହେଉ ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ଜେମିତି ବିଜେଡ଼ି ଜିତିବ ସେ ନେଇ ଧାମନଗର ବିଜେଡ଼ି ର ଜୋନ ସ୍ତରୀୟ କର୍ମଶାଳା ଯାଜପୁର ର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ କର୍ମୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ।ରବିବାର ଦିନ ୧୨ ଟା ସମୟରେ ଧାମନଗର ବ୍ଲକ ର ଦଇପୁର ପଂଚାୟତ ର ନାରାୟଣପୁର ପଡ଼ିଆ ରେ ଧାମନଗର ଜୋନ ସ୍ତରୀୟ ବିଜେଡ଼ି ର କର୍ମି ସମାବେଶ ଓ କର୍ମଶାଳା ରେ ଶ୍ରୀ ଦାସ ଯୋଗଦେଇ ଧାମନଗର ରେ ବିଜେଡ଼ି ତାର ପୁର୍ବ ଅବସ୍ଥାକୁ ଫେରିବାକୁ ହେଲେ ଆଗେ ମନ ବଳ କୁ ଦୃଢ଼ କରିବା, ଗାଁ ରୁ ଦଳକୁ ଶୃଦୁଡ କରିବାସହ ଆତ୍ମବିଶ୍ୱାସ ରଖି ନିଜ ଭିତରେ ମାନ ମନାନ୍ତର ଭୁଲି ବିରୋଧୀ ଙ୍କୁ ମୁକାବିଲା କରିବାକୁ ପଡ଼ିବ। ତା ହେଲେ ବିଜେଡ଼ି ପୁଣି ପୂର୍ବ ଅବସ୍ଥାକୁ ଫେରିବ ବୋଲି ସେ କହିଥିଲେ।ବିଜେଡ଼ି ବ୍ଲକ ସଭାପତି ଉମେଶ ମହାନ୍ତି ଙ୍କ ସଭାପତିତ୍ୱ ରେ ଅନ୍ୟ ମାନଙ୍କ ମଧ୍ୟରେ ନିର୍ବାଚନ ମଣ୍ଡଳୀ ନେତା ଡ଼ା, ସଞ୍ଜୟ କୁମାର ଦାସ,ଜିଲ୍ଲାପରିଷଦ ଉପାଧକ୍ଷା ଟୁନିବାଳା ବିଶ୍ୱାଳ,ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା,ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ସାରଦା ପ୍ରସନ୍ନ ସାହୁ,ବିଜେଡ଼ି ବ୍ଲକ ଯୁବ ସଭାପତି ଭାରତ ବିଜୟ ଦଳାଇ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସର ରେ ବ୍ଲକ ର ବିଭିନ୍ନ ପଂଚାୟତ ର ବିଜେଡ଼ି କର୍ମୀ ଯୋଗଦେଇ ଥିଲେ।
ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ