ଭୁବନେଶ୍ୱର, 23 ଫେବ୍ରୁଆରି (ହି.ସ.)–କେନ୍ଦ୍ର
ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୋଳ ଓ ଢେଙ୍କାନାଳ ଗସ୍ତରେ ଥିବା ବେଳେ
ବିଭିନ୍ନ ମନ୍ଦିର ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ
ପ୍ରଧାନ ଆଜି ପ୍ରଥମେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସ୍ଥିତ ବନଦୁର୍ଗା ମନ୍ଦିରରେ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ସେ
କହିଥିଲେ ମା' ହେଉଛନ୍ତି
ପ୍ରତ୍ୟକ୍ଷ ଦେବୀ । ଆସ୍ଥା ଓ ବିଶ୍ୱାସର ପ୍ରତୀକ । ଶ୍ରୀ ପ୍ରଧାନ ମା’ଙ୍କ ପାଖରେ ସମସ୍ତଙ୍କ କଲ୍ୟାଣ ଓ ମଙ୍ଗଳ କାମନା କରିଥିଲେ ।
ଅନୁରୂପ ଭାବରେଅନୁଗୋଳ
ବଅଁରପାଳ ତଳମୂଳ ସ୍ଥିତ ଶ୍ରୀ ଶ୍ରୀ ଦୁର୍ଗା ମାଧବ ମନ୍ଦିର ଏବଂ ଶନିଶ୍ଚର ମନ୍ଦିର ଦର୍ଶନ କରିବା
ସହ ଆଶୀର୍ବାଦ ନେଇଥିଲେ । ଏହି ଗସ୍ତ କାଳରେ
ଶ୍ରୀ ପ୍ରଧାନଙ୍କୁ ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା
ଦିଆଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ