ଭଦ୍ରକ, ୨୩ ଫେବୃୟାରୀ (ହି.ସ.)- ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଗୋପବନ୍ଧୁ ସେବା ସଂଘକୁ ମାନବ ପ୍ରାଣୀ ପରିବେଶ ସଂଗଠନ ସମ୍ବର୍ଦ୍ଧିତ କରିଥିବା ଜଣାପଡ଼ିଛି। ସଂଗଠନର ପଂଚମ ବାର୍ଷିକ ଉତ୍ସବ ଭଦ୍ରକ ଜିଲା ସଂସ୍କୃତି ଭବନ ପରିସରରେ ସଭାନେତ୍ରୀ ନିରୁପମା ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ମୁଖ୍ୟବକ୍ତା ଭାବେ ସମାଜସେବୀ ମାନସ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ଗୋପବନ୍ଧୁ ସେବା ସଂଘକୁ ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଗୋପବନ୍ଧୁ ସେବା ସଂଘର ସଭାପତି ରାଜୀବ କୁମାର ନାୟକ, ରାମଚନ୍ଦ୍ର ନାୟକ, ରବିଶଙ୍କର ଦାସ, ବସନ୍ତ କୁମାର ଦାସ, ଅଭିରାମ ଦାସ, ପ୍ରଫୁଲ୍ଲ ସେନାପତି, ସେକ୍ ଲିଆକତ, ଅଶୋକ ନାୟକ, ନାସିର ଖାଁ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ