ଏନସିସି କ୍ୟାଡେଟଙ୍କ ଦ୍ଵାରା ସ୍ଵାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ
ଭୁବନ, ୨୩ ଫେବୃଆରୀ (ହି.ସ.)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ , ଢେ଼ଙ୍କାନାଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଓ ସିନର୍ଜି ଇଞ୍ଜିନିୟରିଂ କଲେଜ ର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ( ଏନ୍ ସି ସି ) କ୍ୟାଡେଟ୍ ମାନଙ୍କ ଦ୍ଵାରା ଓଡ଼ିଶାର ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି
ଏନ୍ ସି ସି କ୍ୟାଡେଟଙ୍କ ଦ୍ଵାରା ସ୍ଵାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ-୨


ଏନ୍ ସି ସି କ୍ୟାଡେଟଙ୍କ ଦ୍ଵାରା ସ୍ଵାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ


ଭୁବନ, ୨୩ ଫେବୃଆରୀ (ହି.ସ.)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ , ଢେ଼ଙ୍କାନାଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଓ ସିନର୍ଜି ଇଞ୍ଜିନିୟରିଂ କଲେଜ ର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ( ଏନ୍ ସି ସି ) କ୍ୟାଡେଟ୍ ମାନଙ୍କ ଦ୍ଵାରା ଓଡ଼ିଶାର ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ଢେ଼ଙ୍କାନାଳ ୧୨(୦ ) ଏନ୍ ସି ସି ବାଟାଲିୟନ ର ୬୦ ଜଣ କ୍ୟାଡେଟ ଏସ ଏମ କରନ୍ ସିଂ ଓ କ୍ୟାପଟେନ୍ ପ୍ରମିଳା ଦାସଙ୍କ ତତ୍ତ୍ଵାବଧାନରେ କ୍ୟାଡେଟ ମାନେ ଏକ ଶୋଭାଯାତ୍ରାରେ କଲେଜରୁ ବାହାରି ପ୍ରଥମେ କାଳୀ ବଜାର ସ୍ଥିତ ସହିଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ସହିଦଙ୍କ ଜନ୍ମପୀଠ ନିଳକଣ୍ଠପୁରକୁ ପଦଯାତ୍ରାରେ ଯାଇଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ, ଅଧ୍ୟାପକ ନିରଞ୍ଜନ ନାୟକ, ଶୁଭମ୍ ବେହେରା, ଶାନ୍ତନୁ ଦାଶ, ଅମ୍ବୁଜ ସାହୁ ଅଂଶଗ୍ରହଣ କରିଥିଲେ । ଏନ୍ ସି ସି ର ୭୬ ତମ ପ୍ରତିଷ୍ଠା ବର୍ଷ ଅବସରରେ କ୍ୟାଡେଟ ମାନେ ସର୍ବ ଭାରତୀୟ ସ୍ତରରେ ସ୍ଵାଧୀନତା ସଂଗ୍ରାମୀଙ୍କ ତ୍ୟାଗପୂତ ଜୀବନ ସମ୍ପର୍କରେ ଜାଣିବା ସକାଶେ ଏହି କାର୍ଯ୍ୟକ୍ରମ ସଂରଚନା କରାଯାଇଛି । ଓଡ଼ିଶା ପ୍ରଦେଶର ଏହି କାର୍ଯ୍ୟକ୍ରମ କଟକ ଠାରେ ଅନୁଷ୍ଠିତ ହେବ ଏବଂ ସମସ୍ତ କ୍ୟାଡେଟ ମାନେ ସେଠାରେ ଅଂଶଗ୍ରହଣ କରିବେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande