ଦେଓଗାଁ ବ୍ଲକରେ ଫେଲେରିଆ ରୋଗ ଉପର ମୁହାଁ ଚିନ୍ତା ଜନକ ସ୍ଥିତି, ଔଷଧ ଖାଇବା ପରେ ବି ବଢ଼ୁଛି ଫେଲେରିଆ
ବଲାଙ୍ଗୀର, ୨୩ ଫେବୃଆରୀ(ହି.ସ.) – ରାଜ୍ୟ ସରକାର ଫେଲେରିଆ ନିରାକରଣ ପାଇ ସଚେତନ କରି ଲୋକଙ୍କୁ ଔଷଧ ଖାଇବାକୁ ଦେଉଛନ୍ତି, ହେଲେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକରେ ଫେଲେରିଆ ରୋଗ ଉପର ମୁହାଁ ହେଉଥିବାରୁ ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଛି। ଗତ ଦୁଇଦିନ ତଳେ ସ୍ୱାସ୍ଥ୍ୟ ବିଭାଗର ଏକ କେନ୍ଦ୍ରୀୟ ଟିମ୍ ଦ
ଦେଓଗାଁ ବ୍ଲକ ରେ ଫେଲେରିଆ ରୋଗ ଉପର ମୁହାଁ :  ଚିନ୍ତା ଜନକ ସ୍ଥିତିଔଷଧ ଖାଇବା ପରେ ବି ବଢ଼ୁଛି ଫେଲେରିଆ


ବଲାଙ୍ଗୀର, ୨୩ ଫେବୃଆରୀ(ହି.ସ.) – ରାଜ୍ୟ ସରକାର ଫେଲେରିଆ ନିରାକରଣ ପାଇ ସଚେତନ କରି ଲୋକଙ୍କୁ ଔଷଧ ଖାଇବାକୁ ଦେଉଛନ୍ତି, ହେଲେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକରେ ଫେଲେରିଆ ରୋଗ ଉପର ମୁହାଁ ହେଉଥିବାରୁ ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଛି। ଗତ ଦୁଇଦିନ ତଳେ ସ୍ୱାସ୍ଥ୍ୟ ବିଭାଗର ଏକ କେନ୍ଦ୍ରୀୟ ଟିମ୍ ଦେଓଗାଁ ପଂଚାୟତକୁ ପରିଦର୍ଶନ କରି ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡ଼ିଛି ବୋଲି କହି ଅସନ୍ତୋଷ ପ୍ରକାଶ କରିଥିଲେ। ଯାହାଫଳରେ ଦେଓଗାଁରେ ପରିମଳ ବ୍ୟବସ୍ଥା କେବେ ସୁଧୁରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭଲ ଭାବରେ ଏହି ଦୃଶ୍ୟଗୁଡ଼ିକୁ ଟିକେ ଦେଖନ୍ତୁ କିଭଳି ଭାବରେ ଡ୍ରେନ ପାଣି ରାସ୍ତା ଉପରେ ବହୁଛି। ଖାଲି ଏତିକି ନୁହେଁ ଏହି ଡ୍ରେନର କୀଟପୋକ ମଧ୍ୟ ଘର ଭିତରକୁ ପଶିଯାଇଥିବା ଦେଖାଦେଇଛି। ଦେଓଗାଁ – କଛାରପାଲି ଗାଁର ସାହୁପଡ଼ା, ରଣାପଡ଼ା, ଟାଙ୍ଗରପଡ଼ା, କନ୍ଧପାଲିପଡ଼ା ସହ ଗ୍ରାଜୁଏଟ ପଡ଼ାରେ ଥିବା ଡ୍ରେନଗୁଡ଼ିକ ଆବର୍ଜ୍ଜନାରେ ଭର୍ତି ହୋଇରହିଛି। ପ୍ରତିବର୍ଷ ଏହି ଡ୍ରେନକୁ ସଫା କରୁଥିଲେ ବି ଠିକ୍ ଭାବରେ ତାହା ସଫା ହେଉନଥିବାରୁ ଡ୍ରେନ ପାଣି ରାସ୍ତା ଉପରେ ଜମା ହୋଇରହୁଛି। ଏବେ ଏହି ଡ୍ରେନ ପାଇଁ ଦେଓଗାଁରେ ମଶା ବଂଶ ବୃଦ୍ଧି ପାଉଛି ଓ ଫେଲେରିଆ ରୋଗ ଏହା ଦୃତଗତିରେ ବଢ଼ିଥିଲେ ବି କେଉଁ କାରଣରୁ ବଢ଼ୁଛି ତାହା ସନ୍ଦେହଜନକ ପରିସ୍ଥିତିରେ ରହିଛି। ଫଳରେ ଏବେ ଫେଲେରିଆକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଦେଓଗାଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦେଓଗାଁ ବ୍ଲକରେ ୯୮ ହଜାର ୩୨୦ ଜନସଂଖ୍ୟା ଥିବାବେଳେ ସେଥିରୁ ଆଜି ପର୍ଯ୍ୟନ୍ତ ୮୫ ହଜାର ୭୩୪ ଲୋକଙ୍କୁ ଫେଲେରିଆ ଔଷଧ ଖାଇବାକୁ ଦିଆଯାଇଛି। ଯାହାକି ୮୭ ପ୍ରତିଶତ ହେଇଛି। ବ୍ଲକର ବିଭିନ୍ନ ଗାଁରେ ୪୨ଜଣ ଫେଲେରିଆ ରୋଗୀ ଥିବାବେଳେ ଗତ ଦୁଇବର୍ଷ ୨୦୨୩ ଓ ୨୦୨୪ ବର୍ଷରେ ଲଗାତାର ଭାବରେ ଔଷଧ ଖାଇବା ପରେ ମଧ୍ୟ କଛାରପାଲି ଗାଁରେ ନୂଆ ଭାବରେ ୬/୮ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଏବେ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରିଛି। ଏନେଇ ଦେଓଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଚିତରଂଜନ ମିଶ୍ରଙ୍କୁ ପଚାରିବାରୁ ଦେଓଗାଁ ବ୍ଲକର ସମସ୍ତ ଗାଁରେ ଫେଲେରିଆ ଔଷଧ ଖାଇବାକୁ ଦିଆଯାଉଛି, କିନ୍ତୁ ଦେଓଗାଁ-କଛାରପାଲି ଗାଁରେ ଏହି ରୋଗ ବଢ଼ିବାରେ ଲାଗିଛି ଡ୍ରେନ ମୁକୁଳା ଯୋଗୁଁ ମଶା ବଂଶ ବୃଦ୍ଧି ହେଉଛି ବୋଲି କହିଛନ୍ତି। ଡ୍ରେନ ଯୋଗୁଁ ଲୋକଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିବାବେଳେ ମୁକୁଳା ଡ୍ରେନକୁ ନେଇ ବ୍ଲକ ପ୍ରଶାସନ କି ପଦକ୍ଷେ ନେବ ତାହା ଉପରେ ନଜର ରହିଛି। ଅନ୍ୟପକ୍ଷରେ ଗାଁ ପରିମଳ ଓ ପରିବେଶକୁ ସ୍ୱଚ୍ଛ ରଖିବା ପାଇ ଗାଁ କଲ୍ୟାଣ ଓ ସ୍ୱଚ୍ଛ ଭାରତ ମିଶନ ପକ୍ଷରୁ ଅନୁଦାନ ଆସୁଥିଲେ ବି ତାହାକୁ କାଗଜପତ୍ରରେ ଖର୍ଚ୍ଚ କରିଯାଉଛି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏପରି କି ଡ୍ରେନ ବ୍ୟବସ୍ଥାରେ ସୁଧାର ନ ଆସିଲେ ପଂଚାୟତକୁ ତାଲା ଦେଇ ଆନ୍ଦୋଳନ କରାଯିବା ବୋଲି କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande