ରାସ୍ତା ପାର ବେଳେ ବାଇକ୍ ଧକ୍କାରେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ
ବଲାଙ୍ଗିର, ୨୩ ଫେବୃଆରୀ (ହି.ସ.)- ଆଜି ସକାଳେ ସାମ୍ବାଦିକ ଭବନ ଆଗରେ ଥିବା ରାସ୍ତା ପାର ହେଉଥିବା ବେଳେ ବାଇକ୍ ଧକ୍କାରେ ଜଣେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ତାଲପାଲିପଡାର ଅବସରପ୍ରାପ୍ତ ବ୍ୟାଙ୍କ୍ କର୍ମଚାରୀ ଅକ୍ଷୟ ମିଶ୍ର (୭୫)। ଘରେ ପୂଜା ଥିବାରୁ ନିଜ କାର ରେ ବଜାରକୁ ସଉଦା
ରାସ୍ତା ପାର ବେଳେ ବାଇକ୍ ଧକ୍କାରେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ


ବଲାଙ୍ଗିର, ୨୩ ଫେବୃଆରୀ (ହି.ସ.)- ଆଜି ସକାଳେ ସାମ୍ବାଦିକ ଭବନ ଆଗରେ ଥିବା ରାସ୍ତା ପାର ହେଉଥିବା ବେଳେ ବାଇକ୍ ଧକ୍କାରେ ଜଣେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ତାଲପାଲିପଡାର ଅବସରପ୍ରାପ୍ତ ବ୍ୟାଙ୍କ୍ କର୍ମଚାରୀ ଅକ୍ଷୟ ମିଶ୍ର (୭୫)।

ଘରେ ପୂଜା ଥିବାରୁ ନିଜ କାର ରେ ବଜାରକୁ ସଉଦା କିଣିବାକୁ ଯାଇଥିଲେ ଅକ୍ଷୟ। ବଲାଙ୍ଗିର ସିଭିଲ କୋର୍ଟ ଆଗରେ ଗାଡି ରଖି ରାସ୍ତା ଆରପଟେ ଥିବା ପରିବା ବିକାଳୀ ପାଖକୁ ଶାଗ କିଣିବାକୁ ରାସ୍ତା ପାର୍ ହେଉଥିବା ବେଳେ କଲେଜ ପଟରୁ ଦ୍ରୁତ ଗତିରେ ଆସୁଥିବା ବାଇକ୍ ତାଙ୍କୁ ଧକ୍କା ଦେଇଥିଲା । ସେ ରାସ୍ତା ଉପରେ ଗୁରୁତର ହୋଇ ଲହୁଲୁହାଣ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲକୁ ନେଇଥିଲେ। ହେଲେ ସେଠାର ଡ଼ାକ୍ତର ତାଂକୁ ମୃତ ଘୋଷଣା କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଜବତ କରି ତଦନ୍ତ ଜାରି ରଖିଛି। ବାଇକ୍ ଚାଳକ ମଧ୍ୟ ଆଘାତପ୍ରାପ୍ତ ହୋଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande