ଓଡିଶା ସୂଚନା ଅଧିକାର ଅଭିଯାନ, ବଲାଙ୍ଗିର ଶାଖା ଜିଲ୍ଲା କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ
ବଲାଙ୍ଗିର, ୨୩ ଫେବୃଆରୀ (ହି.ସ.)- ବଲାଙ୍ଗିର ରାଜେନ୍ଦ୍ର କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପରେ ଓଡିଶା ସୂଚନା ଅଧିକାର ଅଭିଯାନ, ବଲାଙ୍ଗିର ଶାଖା ତରଫରୁ ୨୨ ଏବଂ ୨୩ ତାରିଖ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ଦିବସରେ ଅତିଥି ଭାବରେ ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଯୁଗ
ଓଡିଶା ସୂଚନା ଅଧିକାର ଅଭିଯାନ, ବଲାଙ୍ଗିର ଶାଖା ଜିଲ୍ଲା କାର୍ଯ କର୍ତ୍ତା ପ୍ରଶିକ୍ଷଣ


ବଲାଙ୍ଗିର, ୨୩ ଫେବୃଆରୀ (ହି.ସ.)- ବଲାଙ୍ଗିର ରାଜେନ୍ଦ୍ର କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପରେ ଓଡିଶା ସୂଚନା ଅଧିକାର ଅଭିଯାନ, ବଲାଙ୍ଗିର ଶାଖା ତରଫରୁ ୨୨ ଏବଂ ୨୩ ତାରିଖ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ଦିବସରେ ଅତିଥି ଭାବରେ ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଯୁଗ୍ମ ଆବାହକ ଶ୍ରୀକାନ୍ତ ପାଳକ, ବରିଷ୍ଠ ସୂଚନା ଅଧିକାର କର୍ମୀ ତଥା କୃଷକ ନେତା ଯତି ପ୍ରଧାନ, ସାହାଜବାହାଲ କଲେଜର ଅର୍ଥନୀତି ଅଧ୍ୟାପକ କବିରାଜ ଭୋଇ ରହିଥିଲେ । ଜିଲ୍ଲା ଆବାହକ ନୀଳମଣି ଯୋଷୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସୂଚନା କର୍ମୀ ଏହି ଶିବିର ରେ ନିଜର ଅଭିଜ୍ଞତାବ୍ୟକ୍ତ କରିଥିଲେ । ବରିଷ୍ଠ ସୂଚନା ଅଧିକାର କର୍ମୀ ଗୋପବନ୍ଧୁ ଛତ୍ରିଆ, କୃଷ୍ଣଚନ୍ଦ୍ର ବନଛୋର, ଅନଙ୍ଗ କୁମାର ଠାକୁର ନିଜର ଅଭିଜ୍ଞତା ବ୍ୟକ୍ତ କରିଥିଲେ । ଏହି ଶିବିର ରେ ଅନ୍ୟ ସୂଚନା ଅଧିକାର କର୍ମୀ ଶଙ୍କର ପାଣିଗ୍ରାହି, ଶିବ ପ୍ରସାଦ ସାହୁ, ପ୍ରମୋଦ କୁମାର ବେହେରା, ବିରଂଚି ବହିଦାର, ଜୟ ବିହାରୀ ବିଶ୍ୱାଳ, କାଳିନ୍ଦ୍ରି ମାଝି, କେଦାରନାଥ ନନ୍ଦ, ଆନନ୍ଦ ପ୍ରଧାନ, ବରିଷ୍ଠ ହାଇକୋର୍ଟ ଏଡ୍‌ଭୋକେଟ ମନୋରଞ୍ଜନ ଜେନା, ଟଙ୍କଧର ସାହୁ, ଏଡଭୋକେଟ ତାପସ ସାହୁ, ବଳଦେବ କୁମ୍ଭାର, ବିକାଶ ରଂଜନ ରଥ, ସୂର୍ଯ୍ୟ ରଣା, ସରୋଜ ଭୋଇ, ଅନେକ କଲେଜ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ସୂଚନା କର୍ମି ଶଙ୍କର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଏକ ପ୍ରେସ ମିଟ୍ ରଖିଥିଲେ । ରାଜ୍ୟ ସୂଚନା କମିଶନରେ କିପରି ଭାବରେ ସୂଚନା ଆଇନ ଉପରେ ଘୋର ଅବହେଳା କରାଯାଉଛି ଏବଂ ଅନାବଶ୍ୟକ ଆବେଦନ ଫର୍ମ, ପରିଚୟ ପତ୍ର ଇତ୍ୟାଦିର ପ୍ରଚଳନ କୁ ସୁଧାର କରିବାର ଆବଶ୍ୟକ ରହିଛି ସେହି ବାବଦରେ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ । ବଲାଙ୍ଗିର ଜିଲ୍ଲା ଓଡିଶା ସୂଚନା ଅଧିକାର ଅଭିଯାନ ଶାଖା ତରଫରୁ ଆଗାମି ଦିନରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ବଲାଙ୍ଗିର ଜିଲ୍ଲାରେ ସୂଚନା ଅଧିକାର ଆଇନକୁ ଲୋକାଭିମୁଖି କରାଯିବାର ଦୃଢ ପଦକ୍ଷେପ ନିଆଯିବାର ପ୍ରସ୍ତାବ ରଖିଛନ୍ତି ଜିଲ୍ଲା ଅବାହାକ ନୀଳମଣି ଯୋଷୀ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande