ଜୟପୁର, ୨୩ ଫେବ୍ରୁଆରି (ହି.ସ.) - ଜୟପୁର ଡଙ୍ଗାଗୁଡ଼ା ସ୍ଥିତ ସତସଙ୍ଗ ବିହାର ଠାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଙ୍କର ୧୩୭ ତମ ଜନ୍ମ ଉତ୍ସବ ପରିପାଳନ କରାଯାଇଛି। ଦିନ ଏଗାର ଟା ତିରିଶି ସମୟରେ ସତସଙ୍ଗ ଅଧିବେଶନ ଆରମ୍ଭ ହୋଇଥିଲା। ଶଙ୍ଖ ଧ୍ୱନି ହୁଳହୁଳି ସହିତ ବିନୀତ ପାର୍ଥନା ହୋଇଥିଲା। ତତପରେ ଭଜନ କୀର୍ତନ ସମାପ୍ତି ପରେ ସହ ପ୍ରତି ରିତିକ୍ ଶିଶିର କୁମାର ପରିଜାଙ୍କର ଅଧ୍ୟକ୍ଷତା ରେ ହୋଇଥିବା ସତସଙ୍ଗ ର ସହ ପ୍ରତି ରୀତିକ ନିରଞ୍ଜନ ଆଚାର୍ଯ୍ୟ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଜୟପୁର ସତସଙ୍ଗ ର ତତ୍ୱାବଧାରକ୍ ଶ୍ରୀ ବିନୋଦ କୁମାର ମହାପାତ୍ର ଗୀତାର ଉପାଖ୍ୟାନ କୁ ରଖି ଶ୍ରୀ ଶ୍ରୀ ଠାକୁର ଓ ଆଚାର୍ଯ୍ୟ ଦେବ ଙ୍କର ଆଶୀର୍ବାଦ କୁ ପାଥେୟ କରି ସମସ୍ତ ଉତ୍ସବ ଅନୁଷ୍ଠାନ ପାଳନ କରିବା ଉଚିତ୍ ବୋଲି କହିଥିଲେ। ମୂଖ୍ୟବକ୍ତା ଭାବେ ବ୍ରହ୍ମପୁର ରୁ ଆଗତ ସହ ପ୍ରତି ରୀତିକ ବନମାଳୀ ସାହୁ ନିଜର ବକ୍ତବ୍ୟ ରେ ଏ ଯୁଗର ସର୍ବଶ୍ରେଷ୍ଠ ପୁରୁଷ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ନଙ୍କର୍ ଭାବଧାରା କୁ ପାଥେୟ କରି ଚାଲିବା ପାଇଁ କହିଥିଲେ। ପରିଶେଷରେ ସର୍ବସାଧାରଣ ଙ୍କ ପାଇଁ ପ୍ରାସାଦ ସେବନ ର ବ୍ୟବସ୍ଥା ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପବନ