କଣ୍ଟାମାଳରୁ ଆଠମଲ୍ଲିକ ଦେଇ ପୁରୀ ପର୍ଯ୍ୟନ୍ତ ଚଳାଚଳ କରୁଥିବା ଓଏସଆରଟିସି ବସସେବାକୁ ପୁନର୍ବାର ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି
ଭୁବନେଶ୍ୱର, 23 ଫେବ୍ରୁଆରି (ହି.ସ.) - ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ବୌଦ୍ଧ ଜିଲ୍ଲାର କଣ୍ଟାମାଳରୁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଦେଇ ପୁରୀ ପର୍ଯ୍ୟନ୍ତ ଚଳାଚଳ କରୁଥିବା ଓଏସଆରଟିସି ବସସେବାକୁ ପୁନର୍ବାର ଆରମ୍ଭ କରିବା ପାଇଁ ଅନୁରୋଧ କରିଛନ୍ତି କେନ୍
କଣ୍ଟାମାଳରୁ ଆଠମଲ୍ଲିକ     ଦେଇ ପୁରୀ ପର୍ଯ୍ୟନ୍ତ ଚଳାଚଳ କରୁଥିବା ଓଏସଆରଟିସି ବସସେବାକୁ ପୁନର୍ବାର ଆରମ୍ଭ କରିବାକୁ     ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି


ଭୁବନେଶ୍ୱର, 23 ଫେବ୍ରୁଆରି (ହି.ସ.)

- ମୁଖ୍ୟମନ୍ତ୍ରୀ

ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ବୌଦ୍ଧ ଜିଲ୍ଲାର କଣ୍ଟାମାଳରୁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ

ଦେଇ ପୁରୀ ପର୍ଯ୍ୟନ୍ତ ଚଳାଚଳ କରୁଥିବା ଓଏସଆରଟିସି ବସସେବାକୁ ପୁନର୍ବାର ଆରମ୍ଭ କରିବା ପାଇଁ

ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ,

ଗତ ଜାନୁଆରୀ ୨୮ରୁ ଏହି ବସସେବା ବନ୍ଦ ହୋଇଯାଇଥିବାରୁ ଭୁବନେଶ୍ୱର, କଟକ ଓ ପୁରୀ ଯିବା ପାଇଁ ସ୍ଥାନୀୟ ଅଧିବାସୀ ଓ ଛାତ୍ରଛାତ୍ରୀଙ୍କୁ

ବହୁତ ହଇରାଣର ସମ୍ମୁଖୀନ ହେବାକୁ ପଡୁଛି । ସ୍ଥାନୀୟ ନାଗରିକଙ୍କ ଯାତାୟତ ସୁବିଧାକୁ ଦୃଷ୍ଟିରେ

ରଖି ଏହି ବସସେବାକୁ ପୁନଃ ଚଳାଚଳ କରିବା ପାଇଁ ନିବେଦନ କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande