ନବରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଶୈକ୍ଷିକ ଶ୍ରେଣୀ କୋଠାର ଉଦଘାଟନ କଲେ ନିତ୍ୟାନନ୍ଦ ଗଣ୍ଡ
ଭୁବନେଶ୍ୱର, 23 ଫେବ୍ରୁଆରି (ହି.ସ.)- ନବରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଶୈକ୍ଷିକ ଶ୍ରେଣୀ କୋଠାର ଉଦଘାଟନ କରିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ନବରଙ୍ଗପୁର ମହିଳା ମହାବିଦ୍ୟାଳୟରେ ନବନିର୍ମିତ ଶୈକ୍ଷିକ ଶ୍ରେଣୀ କୋଠାର ଉଦଘାଟନ କରିବା ସହ
ନବରଙ୍ଗପୁର ମହିଳା     ମହାବିଦ୍ୟାଳୟରେ ଶୈକ୍ଷିକ ଶ୍ରେଣୀ କୋଠାର ଉଦଘାଟନ କଲେ ନିତ୍ୟାନନ୍ଦ ଗଣ୍ଡ


ଭୁବନେଶ୍ୱର, 23 ଫେବ୍ରୁଆରି (ହି.ସ.)- ନବରଙ୍ଗପୁର

ମହିଳା ମହାବିଦ୍ୟାଳୟରେ ଶୈକ୍ଷିକ ଶ୍ରେଣୀ କୋଠାର ଉଦଘାଟନ କରିଛନ୍ତି ବିଦ୍ୟାଳୟ ଓ ଗଣ

ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ନବରଙ୍ଗପୁର ମହିଳା ମହାବିଦ୍ୟାଳୟରେ ନବନିର୍ମିତ ଶୈକ୍ଷିକ

ଶ୍ରେଣୀ କୋଠାର ଉଦଘାଟନ କରିବା ସହ ସେଠାରେ ନିର୍ମାଣଧିନ ସ୍ମାର୍ଟ କ୍ଲାସ୍ ରୁମ୍ ଓ ଇ ଲାଇବ୍ରେରୀ

ଗୃହକୁ ମଧ୍ୟ ଉଦଘାଟିତ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଉତ୍ସବରେ ପ୍ରିୟର

ଛାତ୍ରୀ ମାନଙ୍କ ସହିତ ଯୋଗଦେଇ ସେମାନଙ୍କ ଖୁସିରେ ସାମିଲ ହୋଇଛି ଏବଂ ଶିକ୍ଷା ସହିତ ଜଡ଼ିତ

ପ୍ରେରଣାପ୍ରଦ ବାର୍ତ୍ତା ପ୍ରଦାନ କରିଛି। ଏହି ଅବସରରେ ମହାବିଦ୍ୟାଳୟର ଦୁଇ ଛାତ୍ରୀ, ଜଣେ କ୍ରୀଡାରେ ଧୂରିଣ ଥିବା ଛାତ୍ରୀ କେପି ଏବଂ ଅନ୍ୟଜଣେ ପାଠ ପଢାରେ

ପ୍ରବୀଣ ଥିବା ଛାତ୍ରୀ ଏନ୍ ନୈନା ପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଛି। ଆଶା ଏ ସମ୍ବର୍ଦ୍ଧନା

ତାଙ୍କୁ ଆଗକୁ ଯିବାକୁ ପ୍ରେରଣା ଦେବ। ଆଜି ସବୁଠାରୁ ମୋ ପାଇଁ ଖୁସିର ସମୟ ଥିଲା ସ୍ୱାଗତ ସମ୍ବର୍ଦ୍ଧନା

ବେଳେ ଦେଶିଆ ଗୀତର ତାଳେ ତାଳେ ପିଲା ମାନଙ୍କ ସହ ନାଚିବା ଓ ଶେଷରେ ସାଂସ୍କୃତିକ

କାର୍ଯ୍ୟକ୍ରମରେ ପରିବେଷଣ ହୋଇଥିବା ପିଲାଙ୍କ ନୃତ୍ୟକୁ ଉପଭୋଗ କରିବା। ଏଭଳି ଏକ ସୁନ୍ଦର୍

କାର୍ଯ୍ୟକ୍ରମରେ ମୋତେ ନିମନ୍ତ୍ରଣ କରିଥିବାରୁ ମହାବିଦ୍ୟାଳୟ କତୃପକ୍ଷଙ୍କୁ ଧନ୍ୟବାଦ ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande