ଉତ୍କଳ ବିଶ୍ଵବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗର ଆଲୁମିନି ଆସୋସିଏସନର ୨୧ତମ ବାର୍ଷିକ ଉତ୍ସବରେ ପୃଥ୍ୱୀରାଜ ହରିଚନ୍ଦନଙ୍କ ଯୋଗଦାନ
ଭୁବନେଶ୍ୱର, 23 ଫେବ୍ରୁଆରି (ହି.ସ.) - ଆଜି ଉତ୍କଳ ବିଶ୍ଵବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗର ଆଲୁମିନି ଆସୋସିଏସନ୍ ର ୨୧ତମ ବାର୍ଷିକ ଉତ୍ସବରେ ଯୋଗଦେଇ ଅତୀତର ଅଭୁଲା ସ୍ମୃତି ସମୂହକୁ ଅଭିଭାଷଣ ମାଧ୍ୟମରେ ପ୍ରଦାନ କରିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏହି ଅବସର
ଉତ୍କଳ ବିଶ୍ଵବିଦ୍ୟାଳୟ     ପ୍ରାଣୀବିଜ୍ଞାନ ବିଭାଗର ଆଲୁମିନି ଆସୋସିଏସନର ୨୧ତମ ବାର୍ଷିକ ଉତ୍ସବରେ ପୃଥ୍ୱୀରାଜ     ହରିଚନ୍ଦନଙ୍କ ଯୋଗଦାନ


ଭୁବନେଶ୍ୱର, 23 ଫେବ୍ରୁଆରି (ହି.ସ.)

- ଆଜି ଉତ୍କଳ

ବିଶ୍ଵବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗର ଆଲୁମିନି ଆସୋସିଏସନ୍ ର ୨୧ତମ ବାର୍ଷିକ ଉତ୍ସବରେ

ଯୋଗଦେଇ ଅତୀତର ଅଭୁଲା ସ୍ମୃତି ସମୂହକୁ ଅଭିଭାଷଣ ମାଧ୍ୟମରେ ପ୍ରଦାନ କରିଛନ୍ତି ମନ୍ତ୍ରୀ

ପୃଥ୍ୱୀରାଜ ହରିଚନ୍ଦନ। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଆଲୁମିନି ଆସୋସିଏସନର ବାର୍ଷିକ

ଉତ୍ସବ ମନେପକାଇଦିଏ ଅତୀତର ସ୍ମୃତି। ଏହି ଉତ୍ସବ ବ୍ୟାପକ ଭାବେ ପ୍ରସାରିତ କରି ଏହି ବିଭାଗରୁ

ଶିକ୍ଷା ଗ୍ରହଣ କରିଥିବା ସମସ୍ତଙ୍କୁ ଯୋଡ଼ିବା ପାଇଁ ଆମ୍ଭେମାନେ ପ୍ରୟାସ କରିବା।

ଏହି କାର୍ଯ୍ୟକ୍ରମ ଅବସରରେ

ପ୍ରାଣୀବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଗୁଣନିଧି ସାହୁ, ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରାଣୀବିଜ୍ଞାନ‌ ବିଭାଗ ଆଲୁମିନି ଆସୋସିଏସନ୍

ର ସଭାପତି ଡଃ ପ୍ରକାଶ ଚ଼ନ୍ଦ୍ର ମିଶ୍ର, ଓ ଡଃ ପ୍ରଦୀପ କୁମାର ମହାନ୍ତି,

ଡ଼ଃ. ସଚ୍ଚିଦାନନ୍ଦ ସାହୁ ପ୍ରମୁଖଙ୍କ ସମେତ ବହୁ ପୁରାତନ ଓ ନୂତନ ଛାତ୍ର

ଛାତ୍ରୀ ମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande