ମାଲକାନଗିରି,୨୪ ଫେବ୍ରୁଆରି (ହି.ସ.)
ମାଲକାନଗିରି ଜିଲ୍ଲାରେ ସେଣ୍ଟ୍ରାଲ ନୋଟାରି ପବ୍ଲିକ ଭାବେ ଅନୁମୋଦନ ପାଇଲେ ବରିଷ୍ଠ ଆଇନଜୀବି ରଞ୍ଜିତ ସାନା। ଜିଲ୍ଲାରେ ପ୍ରଥମ ଥର ପାଇଁ ଶ୍ରୀ ସାନା ସେଣ୍ଟ୍ରାଲ ନୋଟାରି ପବ୍ଲିକ ଭାବେ ଅନୁମୋଦନ ହାସଲ କରିଥିବା ବେଳେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି। ଜିଲ୍ଲାରେ ପୂର୍ବରୁ କେହି ଏହି ସ୍ଥାନ ପାଇ ନଥିବା ବେଳେ ଶ୍ରୀ ସାନା ଜିଲ୍ଲାର ପ୍ରଥମ ବ୍ୟକ୍ତି ହୋଇଥିବାରୁ ସେ ଆଗକୁ ଲୋକଙ୍କ ପାଇଁ ଆହୁରି ଅଧିକ ସେବା ଯୋଗାଇ ପାରିବେ ବୋଲି ପ୍ରକାଶ କରିଛନ୍ତି। ଏହା ସହ ସେ ଆଉହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଦ୍ଵାରା ଅନୁମୋଦନ ପାଇଥିବା ଅନେକ ନୋଟାରି ଅଛନ୍ତି, ସେମାନେ ସମସ୍ତେ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଆସୁଛନ୍ତି। ଶ୍ରୀ ସାନା ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅନୁମୋଦନ ପାଇଥିବା ବେଳେ ସେ ସମସ୍ତ ନୋଟାରିଙ୍କୁ ସହଯୋଗ କରିବେ ଏବଂ ଅନ୍ୟ ମାନଙ୍କ ସହ ମିଳିମିଶି ସରକାରୀ ସ୍ତରରେ ଲୋକଙ୍କୁ ଆହୁରି ଅଧିକ ସେବା ଯୋଗାଇବେ। ତେବେ ଆଗକୁ ମଧ୍ୟ ଏହି ଅନୁମୋଦନ ଜିଲ୍ଲାର ଅନ୍ୟ ମାନଙ୍କୁ ମିଳୁ ବୋଲି ଶ୍ରୀ ସାନା ପ୍ରୟାସ ଓ ସହଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ