ସୁବର୍ଣ୍ଣପୁର, 24 ଫେବ୍ରୁଆରି (ହି.ସ.)
ରାଜ୍ୟରେ ନୂତନ ବ୍ଲକ ପୁନଃର୍ଗଠନ ନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ମନ୍ତ୍ରୀଙ୍କ ସୂଚନା ପରେ ସୁବର୍ଣ୍ଣପୁର ଜିଲ୍ଲାର ସର୍ବପୁରାତନ ତଥା ବୃହତଗ୍ରାମ ଐତିହାସିକ ମେଣ୍ଡା ଗ୍ରାମପଞ୍ଚାୟତକୁ ବ୍ଲକ ଘୋଷଣା କରିବାକୁ ଦାବି ତେଜୁଛି । ଗତକାଲି ମେଣ୍ଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବ୍ଲକଗଠନ ସମ୍ପର୍କିତ ଦ୍ୱିତୀୟ ବୈଠକ ବସି କୋରକମିଟି ଗଠନନେଇ ଆଲୋଚନା କରାଯାଇଛି । ସଂଗଠକ ଇଂ.ମୁକୁନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅଞ୍ଚଳର ବହୁସଂଖ୍ୟାରେ ଲୋକମାନେ ଯୋଗଦେଇ ବ୍ଲକଗଠନ ନେଇ ନିଜ ନିଜ ମତ ଦେଇଥିଲେ । ଏଥିରେ ଐତିହାସିକ ଗ୍ରାମ ମେଣ୍ଡାରେ ବ୍ଲକ କରାଯିବାକୁ ପ୍ରସ୍ତାବ କରାଯାଇଛି । ଏହି ନୂତନ ବ୍ଲକରେ ମେଣ୍ଡା,ରାଣିସର୍ଡା,ଦେଉଳପଦର,ପାଇକବାହାଲ,ପୁଆ,ଜରାଜାରିଂ,ନାରାୟଣପୁର,ବଲାଡି,ଛକୋରମାଲ ଓ ଶିବତଳା ପଞ୍ଚାୟତକୁ ନେଇ ଗଠନ କରାଯିବାକୁ ପ୍ରସ୍ତାବ କରାଯାଇଛି । ପ୍ରସ୍ତାବିତ ବ୍ଲକ ଅଞ୍ଚଳର ପଞ୍ଚାୟତ ପ୍ରତିନିଧି ଓ ଲୋକ ପ୍ରତିନିଧି ତଥା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଏମାନେ ଭେଟି ଆଲୋଚନା କରି ସେମାନଙ୍କର ମତ ନେଇ ଆଜିର ବୈଠକରେ ଏହାକୁ ଉପସ୍ଥାପନା କରାଯାଇଥିଲା । ଆଗକୁ ପ୍ରତ୍ୟେକ ପଞ୍ଚାୟତକୁ ଯାଇ ଲୋକଙ୍କ ସହିତ ଆଲୋଚନା କରି କମିଟି ଗଠନ କରାଯିବ ଓ ରାଜ୍ୟସରକାରଙ୍କୁ ବ୍ଲକଗଠନ ନେଇ ଦାବିପତ୍ର ପ୍ରଦାନ କରାଯିବ ବୋଲି ପ୍ରସ୍ତାବ କରାଯାଇଛି । ତରଭା ବ୍ଲକରେ ୨୧ଟି ପଞ୍ଚାୟତ ଥିବା ବେଳେ ଏଥିରୁ ମେଣ୍ଡା ଅଞ୍ଚଳର ୬ଟି ପଞ୍ଚାୟତ ପଛୁଆ ରହିଛି । ସରକାର ଦ୍ୱାରମୁହଁରେ ସୁଶାସନ ପହଞ୍ଚାଇବାକୁ ଘୋଷଣା କରୁଥିବା ବେଳେ ବିକଶିତ ଓଡିଶା ଗଠନରେ ଏହି ଅଞ୍ଚଳ ସାମିଲ ହେବାକୁ ଆଗଉଛି । ଐତିହାସିକ ପୃଷ୍ଠଭୂମୀ ଥିବା ତଥା ଏକ ପୁରାତନ ଗଡଭାବରେ ପରଗଣିତ ମେଣ୍ଡାକୁ ବ୍ଲକ ଗଠନଦାବି ଯଥାର୍ଥ ବୋଲି ଉପସ୍ଥିତ ଶତାଧିକ ଜନସାଧାରଣ ମତପ୍ରକାଶ କରିଥିଲେ । ଏହି ବୈଠକରେ ନରହରୀ ପୂଜାହାରୀ ମେଣ୍ଡାଶୁଣୀଙ୍କ ଆଜ୍ଞମାଳ ଆଣି ବୈଠକର ଶୁଭକାମନା କରିଥିଲେ । ବୈଠକ ରେ ନାରାୟଣ ଝାଙ୍କର,ଶୁଶୀଳ ଯୋଷୀ,ପ୍ରସନ୍ନ ପର୍ଡିଆ,ପ୍ରଦିପ୍ତ କର,କ୍ଷମାନିଧି ଝାଙ୍କର,ପୂର୍ଣ୍ଣଚନ୍ଦ୍ର ପଣ୍ଡା,କିର୍ତ୍ତନ ଦୀପ,ସନ୍ତୋଷ ଦାସ,କିଶୋର ପଣ୍ଡା,ପ୍ରମୋଦ ପର୍ଡିଆ,ନକୁଳ କର୍ଣ୍ଣ,ସୁରେନ୍ଦ୍ର ପର୍ଡିଆ,ଅଶୋକ ବିଶି,ହୃଷିକେଶ ପାତ୍ର,ଡୁବୁଲ ଦଣ୍ଡସେନା, ବିପିନ ନାଗ,ସୁରେଶ କର୍ଣ୍ଣ,ରାଣିସର୍ଡା ସରପଞ୍ଚ ବାଃଳଗୋପାଳ କର୍ମି,ସମିତିସଭ୍ୟ ଭୁବନ ଦନ୍ତା ପ୍ରମୁଖ ନିଜ ନିଜ ମତ ଉପସ୍ଥାପନ କରିଥିଲେ । ମେଣ୍ଡାରେ ବ୍ଲକସ୍ଥାପନ ପର୍ଯ୍ୟନ୍ତ କୋରକମିଟି ଜନସାଧାରଣ ଓ ସରକାରଙ୍କ ସହିତ ସଂଯୋଗ ସ୍ଥାପନ କରିବେ ବୋଲି ପ୍ରସ୍ତାବ କରାଯାଇଛି । ମେଣ୍ଡା ହିଁ ବ୍ଲକଗଠନ ପାଇଁ ପ୍ରକୃଷ୍ଟସ୍ଥାନ ବୋଲି ମତପ୍ରକାଶ ପାଇଥିଲା । ଏହି ଅବସରରେ ବ୍ଲକ ଦାବିକୁ ପରିଚାଳନା ପାଇଁ ଭୀକାରୀ ମେହେରଙ୍କ ନେତୃତ୍ୱରେ ଏକ ଅର୍ଥକମିଟି ମଧ୍ୟ ଗଠନ କରାଯାଇଥିଲା । ଆଗକୁ ଖୁବଶୀଘ୍ର ବ୍ଲକଗଠନ ଦାବିର ଦାବିପତ୍ର ଜିଲ୍ଲାପ୍ରଶାସାନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯିବ ବୋଲି ପ୍ରସ୍ତାବ କରାଯାଇଛି । ଆଜିର ବୈଠକରେ ସନାତନ କର୍ମି,ବାଳଗୋପାଳ ପଣ୍ଡା, ଦାସରଥି ପଣ୍ଡା, ମହାଦେବ ଜେନା,ହାଡୁ ଜେନା,ରାଜୀବ ଯୋଷୀ,ଜିତେନ୍ଦ୍ରୀୟ ପଣ୍ଡା,ଟଙ୍କଧର ମେହେର , ନିରଂଞ୍ଜନ ଟାଲି,ନରୋତ୍ତମ ମଲ୍ଲିକ, ଧିରେନ୍ଦ୍ର ଝାଙ୍କର,ବିଭୁତିଭୂଷଣ ଝାଙ୍କର,ସିଦ୍ଧାର୍ଥ ଅଗ୍ରୱାଲ ପ୍ରମୁଖଙ୍କ ସହିତ ଶତାଧିକ ଲୋକ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ