ବୃଦ୍ଧା ଆଶ୍ରମରେ ପାଳିଲେ ଜନ୍ମ ଦିବସ
ମାଲକାନଗିରି, ୨୪ଫେବ୍ରୁଆରି (ହି.ସ.) ଆଜିର ଶିଶୁ ଓ ଯୁବପିଢି ଚକା ଚକ୍ୟ ପରିବେଶ ମଧ୍ୟରେ ନିଜର ଜନ୍ମ ଦିନ ପାଳନ କରି ଭୋଜି ଭାତର ଆସର କରିବାକୁ ପସନ୍ଦ କରୁଛନ୍ତି। ହେଲେ ୯ ବର୍ଷର ଶିଶୁ ନିଜ ଜନ୍ମ ଦିବସ ବୁଦ୍ଧ ଆଶ୍ରମ ଅନ୍ତେବାସୀଙ୍କର ଗହଣରେ ନିଜ ସାଙ୍ଗ ସାଥି ପରିଜନଙ୍କୁ ନେଇ ପାଳନ କରି ଏକ ସୁନ୍
ବୃଦ୍ଧା ଆଶ୍ରମରେ ପାଳିଲେ ଜନ୍ମ ଦିବସ


ମାଲକାନଗିରି, ୨୪ଫେବ୍ରୁଆରି (ହି.ସ.)

ଆଜିର ଶିଶୁ ଓ ଯୁବପିଢି ଚକା ଚକ୍ୟ ପରିବେଶ ମଧ୍ୟରେ ନିଜର ଜନ୍ମ ଦିନ ପାଳନ କରି ଭୋଜି ଭାତର ଆସର କରିବାକୁ ପସନ୍ଦ କରୁଛନ୍ତି। ହେଲେ ୯ ବର୍ଷର ଶିଶୁ ନିଜ ଜନ୍ମ ଦିବସ ବୁଦ୍ଧ ଆଶ୍ରମ ଅନ୍ତେବାସୀଙ୍କର ଗହଣରେ ନିଜ ସାଙ୍ଗ ସାଥି ପରିଜନଙ୍କୁ ନେଇ ପାଳନ କରି ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଛି । ମାଲକାଗିରିରେ ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ବ୍ଲକ କଲୋନୀ ରେ ରହୁଥିବା ଶିକ୍ଷକ ଟୁକୁନା ସାହୁ ଓ ତାଙ୍କ ଧର୍ମ ପତ୍ନୀ ପଙ୍କଜିନି ଦୋରା ଙ୍କ ଏକ ମାତ୍ର ପୁତ୍ର ଜସ୍ମିତ୍ ସାହୁ (ଓମ୍) ର ଫେବୃଆରି ୨୩ ରେ ଜନ୍ମ ଦିନ ଥିଲା। ଚଳିତ ବର୍ଷ ତାକୁ ୮ ବର୍ଷ ପୁରି ୯ ବର୍ଷ ହେଲା।ପ୍ରତି ବର୍ଷ ଘରେ କେକ କାଟି ଜନ୍ମ ଦିବସ ପାଳନ କରୁଥିଲେ। ଚଳିତ ବର୍ଷ ଏହି ଦିନକୁ ସେବା ଦିବସ ଭାବେ ପାଳନ କରିବାକୁ ଇଚ୍ଛା କରିଥିଲେ।ସେଥି ପାଇଁ ଗୋବିନ୍ଦପାଲି ନିକଟରେ ଥିବା ବୃଦ୍ଧା ଆଶ୍ରମ ର ପରିଚାଳକ ଲକ୍ଷ୍ମୀକାନ୍ତ ଗଲରୀ ଙ୍କୁ ଯୋଗାଯୋଗ କରିଥିଲେ। ସେ ସଂଧ୍ୟା ୭ଟା ରେ ଆସିବାକୁ କହିଥିଲେ। ଜସ୍ମିତ ତାର ଦୁଇ ସାଙ୍ଗ ସାଇଶକ୍ତି ଓ ସାଇ ସିଦ୍ଧାନ୍ତ କୁ ସାଙ୍ଗରେ ନେଇ ପିତମାତା ଓ କିଛି ବନ୍ଧୁଙ୍କୁ ନେଇ ପହଞ୍ଚି ଥିଲେ। ଅନ୍ତେ ବାସୀ ଭାବେ ଥିବା ସମସ୍ତଙ୍କ ପାଇଁ ମିଷ୍ଟାନ୍ନ, ବସ୍ତ୍ର, ଫଳ ଦେଇ ସମସ୍ତ ଙ୍କୁ ସାଷ୍ଟାଂଗ ପ୍ରଣିପାତ ହୋଇ ଆଶୀର୍ବାଦ ଲୋଡ଼ି ଥିଲେ । ପରେ ଏକ ସାମୁହିକ କଥା ହୋଇ ଫେରିଥିଲେ। ଏହି ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଆଶିଷ କୁମାର ଓଡ଼ିଆ, ବିକ୍ରମ କୁମାର ଓଡ଼ିଆ, ଦିବ୍ୟସୁରୁପା ସାହୁ, ପୃଥିବୀ ଦାସ, ଶିକ୍ଷୟିତ୍ରୀ ସସ୍ମିତା ନାୟକ,ରତ୍ନାକର ପାଳ ପ୍ରମୁଖ ଜସ୍ମିତ ର ଏପରି କାର୍ଯ୍ୟକୁ ପ୍ରଶଂସା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande