ସମ୍ବଲପୁରରେ ସ୍ୱଚ୍ଛତା ଅଭିଯାନର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.) - ସମ୍ବଲପୁରରେ ସ୍ୱଚ୍ଛତା ଅଭିଯାନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ମହାନଗର ଅଞ୍ଚଳରେ ସ୍ୱଚ୍ଛତା ଅଭିଯାନ “ଜନ ଭାଗିଦାରୀ ଦ୍ୱାରା ସ୍ୱଚ୍ଛତା”ର ଶୁଭାରମ୍ଭ କରିବା ସହ ସଫେଇ କାର୍ଯ୍ୟକ୍ରମରେ ସାମିଲ ହେ
ସମ୍ବଲପୁରରେ ସ୍ୱଚ୍ଛତା     ଅଭିଯାନର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)

- ସମ୍ବଲପୁରରେ

ସ୍ୱଚ୍ଛତା ଅଭିଯାନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର

ମହାନଗର ଅଞ୍ଚଳରେ ସ୍ୱଚ୍ଛତା ଅଭିଯାନ “ଜନ ଭାଗିଦାରୀ ଦ୍ୱାରା ସ୍ୱଚ୍ଛତା”ର ଶୁଭାରମ୍ଭ କରିବା ସହ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି

କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ ଦେଶର ପ୍ରଗତିରେ ‘ସ୍ୱଚ୍ଛତା’କୁ ଏକ ମାଧ୍ୟମ କରିଥିଲେ ।

ସେହି ସ୍ୱଚ୍ଛତା ଅଭିଯାନକୁ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନଆନ୍ଦୋଳନରେ

ପରିଣତ କରିଛନ୍ତି ।

ସମ୍ବଲପୁରକୁ ସ୍ୱଚ୍ଛ

ରଖିବାକୁ ହେଲେ ଆମ ସମସ୍ତଙ୍କୁ ବ୍ୟକ୍ତିଗତ ସ୍ତରରେ ଦାୟିତ୍ୱ ନେବାକୁ ପଡିବ । ନିଜକୁ

ପରିବର୍ତ୍ତନ ନ କଲେ, ସ୍ୱଚ୍ଛତା ପ୍ରତି

ନିଜର ଦାୟିତ୍ୱବୋଧ ନ ରହିଲେ ସମ୍ବଲପୁର ସ୍ୱଚ୍ଛ ହେବ ନାହିଁ । ଦଳ,

ମତ, ସଂଗଠନ ଓ ବିଚାରରୁ ଉର୍ଦ୍ଧ୍ୱରେ ରହି ସମସ୍ତଙ୍କୁ ଏଥିପାଇଁ ଆମ ସମସ୍ତଙ୍କୁ କାମ କରିବାକୁ

ହେବ । ସମ୍ବଲପୁରରେ ସ୍ୱଚ୍ଛ ସମାଜସେବୀ ତିଆରି ହୋଇପାରିଲେ ହିଁ ଆମର ସ୍ୱଚ୍ଛ ସମ୍ବଲପୁରର

ସ୍ୱପ୍ନ ପୂରଣ ହୋଇପାରିବ । ସହରର ବିଭିନ୍ନ ପଡ଼ା, ଗଳି ଓ ରାସ୍ତାରେ ବ୍ୟବସ୍ଥିତ ଭାବରେ ଆମେ

ସମସ୍ତେ ଓଦା ଓ ଶୁଖିଲା ଆବର୍ଜନାକୁ ପୃଥକ ଭାବେ ରଖିବା ଦରକାର । ସ୍ୱଚ୍ଛ ସମ୍ବଲପୁର ଲକ୍ଷ୍ୟରେ

ଆଗାମୀ ଦିନରେ ସହରରେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ୍ କରିବା ନେଇ ମଧ୍ୟ ମୋଦୀ ସରକାର

ଯୋଜନା କରିଛନ୍ତି । ଆସନ୍ତୁ, ଆମେ ସମସ୍ତେ ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦରେ ସ୍ୱଚ୍ଛତାକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ପାଇଁ

ସଂକଳ୍ପ ନେବା ଏବଂ ଆମ ସହର ଓ ଆଖପାଖ ଅଞ୍ଚଳକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande