ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଲଲ୍ଲାଙ୍କ ଦର୍ଶନ କଲେ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଲଲ୍ଲାଙ୍କ ଦର୍ଶନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏକ୍ସ ହ୍ୟାଣ୍ଡେଲରେ ମନ୍ତ୍ରୀ କହିଛନ୍ତି ଯେ, ଶ୍ରୀରାମ ଜନ୍ମଭୂମି ମନ୍ଦିର ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଲଲ୍ଲାଙ୍କ ଦର୍ଶନ କରି ଧନ୍ୟ ଅନୁଭବ କ
ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଲଲ୍ଲାଙ୍କ ଦର୍ଶନ କଲେ ମୁକେଶ ମହାଲିଙ୍ଗ


ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଲଲ୍ଲାଙ୍କ ଦର୍ଶନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ

ମୁକେଶ ମହାଲିଙ୍ଗ । ଏକ୍ସ ହ୍ୟାଣ୍ଡେଲରେ ମନ୍ତ୍ରୀ କହିଛନ୍ତି ଯେ, ଶ୍ରୀରାମ ଜନ୍ମଭୂମି ମନ୍ଦିର

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଲଲ୍ଲାଙ୍କ ଦର୍ଶନ କରି ଧନ୍ୟ ଅନୁଭବ କରୁଛି। ଏହି ଭବ୍ୟ ମନ୍ଦିରଟି କେବଳ ଏକ ଧାର୍ମିକ ପ୍ରତିଷ୍ଠାନ

ନୁହେଁ, ବରଂ ଏହା ଭାରତୀୟ ସଂସ୍କୃତି, ଆସ୍ଥା, ଆଧ୍ୟାତ୍ମିକତା ଏବଂ

ଏକତାର ପ୍ରତୀକ।

ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୃଢ଼ ନେତୃତ୍ୱରେ ନିର୍ମିତ ଏହି

ଭବ୍ୟ ମନ୍ଦିର ଏବେ ଦେଶର ଗୌରବ ମଣ୍ଡନ କରୁଛି। ମନ୍ଦିରର ଅନନ୍ୟ ଶିଳ୍ପକଳା ଏବଂ ଆଧ୍ୟାତ୍ମିକ

ବାତାବରଣ ଏକ ଅସାଧାରଣ ଅନୁଭୂତି ଦେଉଛି। ମୁଁ ଏହି ଅବସରରେ ଭଗବାନ ଶ୍ରୀରାମଙ୍କ ପାଖେ ସମସ୍ତଙ୍କ

ମଙ୍ଗଳ କାମନା କରୁଛି। ଏହି ପବିତ୍ର ଯାତ୍ରାରେ

ମୋ ସହ ଭଟଲିର ମାନ୍ୟବର ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande