ଚିଲିକା ନିର୍ବାଚନମଣ୍ଡଳୀରେ ବିଭିନ୍ନ ରାସ୍ତା ନିର୍ମାଣ ପ୍ରକଳ୍ପର ସମୀକ୍ଷା କଲେ ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ରେ ଚ଼ାଲୁଥିବା ବିଭିନ୍ନ ରାସ୍ତା ନିର୍ମାଣ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା ବୈଠକରେ ଯୋଗଦେଇ ପ୍ରକଳ୍ପ ଗୁଡ଼ିକ ବିଷୟରେ ମୁଖ୍ୟଯନ୍ତ୍ରୀ (ରାସ୍ତା) ଶ୍ରୀ ବଶିଷ୍ଠ ପଟ୍ଟନାୟକ , ଖୋର୍ଦ୍ଧା ଆରଆଣ୍ଡବି ବିଭାଜନର ମୁଖ୍
ଚିଲିକା ନିର୍ବାଚନମଣ୍ଡଳୀରେ     ବିଭିନ୍ନ ରାସ୍ତା ନିର୍ମାଣ ପ୍ରକଳ୍ପର ସମୀକ୍ଷା କଲେ ପୃଥ୍ୱୀରାଜ ହରିଚନ୍ଦନ


ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ଚ଼ିଲିକା

ନିର୍ବାଚ଼ନ ମଣ୍ଡଳୀ‌‌ରେ ଚ଼ାଲୁଥିବା ବିଭିନ୍ନ ରାସ୍ତା ନିର୍ମାଣ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା

ବୈଠକରେ ଯୋଗଦେଇ ପ୍ରକଳ୍ପ ଗୁଡ଼ିକ ବିଷୟରେ ମୁଖ୍ୟଯନ୍ତ୍ରୀ (ରାସ୍ତା) ଶ୍ରୀ ବଶିଷ୍ଠ ପଟ୍ଟନାୟକ , ଖୋର୍ଦ୍ଧା ଆରଆଣ୍ଡବି ବିଭାଜନର ମୁଖ୍ୟ ଯନ୍ତ୍ରୀ ଶ୍ରୀ ଶିବଲାଲ୍ ସାହୁଙ୍କ ସହ ଅନ୍ୟ

ଅଧିକାରୀ ମାନଙ୍କ ସହ ବିସ୍ତୃତ ଭାବେ ଆଲୋଚ଼ନା କରିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ।

ଉକ୍ତ ବୈଠକରେ ସେ ଏନଏଚ-5 ଠାରୁ ବାଲୁଗାଁ ବାଇପାସ୍ ରୋଡ଼ର ଉନ୍ନତିକରଣ, ବାଣପୁର ଠାରୁ

ଆୟତପୁର ରୋଡ଼ର ପ୍ରଶସ୍ତିକରଣ ଓ ଉନ୍ନତିକରଣ, ବାଲୁଗାଁ ରୋଡ଼

ଠାରୁ ପ୍ରତାପ ରୋଡ଼ର ପ୍ରଶସ୍ତିକରଣ ଓ ଉନ୍ନତିକରଣ, ଏନଏଚ-16 ରୁ କାଳୁପଡ଼ାଘାଟ ରାସ୍ତାର‌ ପ୍ରଶସ୍ତିକରଣ,ମା' ଭଗବତୀ ମନ୍ଦିର ର ରାସ୍ତାର ଉନ୍ନତିକରଣ, ଶ୍ରୀ ଚ଼ଣ୍ଡେଶ୍ବର

ମନ୍ଦିରର ଉନ୍ନତିକରଣ ବିଷୟରେ ଆଲୋଚ଼ନା କରିଛନ୍ତି। ଆବଶ୍ୟକ ଗୁଣବତ୍ତା ବଜାୟ ରଖି କାର୍ଯ୍ୟର‌

ଅଗ୍ରଗତିକୁ ତ୍ବରାନ୍ବିତ କରିବା ଏବଂ ସମସ୍ତ ପ୍ରକଳ୍ପ ଗୁଡିକୁ ଠିକ୍ ସମୟରେ ସମାପ୍ତ କରିବା

ପାଇଁ ଉପସ୍ଥିତ ଅଧିକାରୀ ମାନଙ୍କୁ‌ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande