ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)
- ମହାଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ
ଜୁଏଲ ଓରାମ । ଏକ୍ସ ହ୍ୟାଣ୍ଡେଲରେ ଜୁଏଲ କହିଛନ୍ତି ଯେ, ଆପଣ ସମସ୍ତଙ୍କୁ ମହାଶିବରାତ୍ରୀର
ପବିତ୍ର ପର୍ବର ହାର୍ଦ୍ଦିକ ଶୁଭେଚ୍ଛା ଓ ଅନନ୍ତ ଶୁଭକାମନା । ଦେବାଧିଦେବ ମହାଦେବଙ୍କ କୃପା
ସମସ୍ତଙ୍କ ଉପରେ ରହୁ । ପ୍ରତି ଘର ଅଗଣାରେ ଖୁସି ଭରପୂର ରହୁ, ସମସ୍ତଙ୍କ ମନୋସ୍କାମନା
ପୂର୍ଣ୍ଣ ହେଉ, ଏହାହିଁ ପ୍ରାର୍ଥନା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା