10 Jun 2025, 22:48 HRS IST

ସାଇକେଲ ଚୋରି ଅଭିଯୋଗରେ ଜଣେ ଗିରଫ
ଜୟପୁର , 25 ମେ (ହି.ସ.)ସାଇକେଲ ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ନଡିଆ ବାଡ ସାହିର ଏମ ଆନନ୍ଦ (୫୫) । ଜୟପୁର ସହର ଧୋବା ସାହିରେ ରହୁଥିବା ଜି ସ୍ୱେତା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଭଣଜା ଟ୍ୟୁସନରୁ ଆସି ଘର ବା
ସାଇକେଲ ଚୋରି  ଅଭିଯୋଗରେ ଜଣେ ଗିରଫ


ଜୟପୁର , 25 ମେ (ହି.ସ.)ସାଇକେଲ ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ନଡିଆ ବାଡ ସାହିର ଏମ ଆନନ୍ଦ (୫୫) । ଜୟପୁର ସହର ଧୋବା ସାହିରେ ରହୁଥିବା ଜି ସ୍ୱେତା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଭଣଜା ଟ୍ୟୁସନରୁ ଆସି ଘର ବାହାରେ ସାଇକେଲର ରଖିଥିଲେ । ତାହା ଚୋରି ହୋଇଛି । ଏନେଇ ଜୟପୁର ଟାଉନ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଅଭିଯୁକ୍ତ କୁ ଗିରଫ କରି ତାଠାରୁ ୪ଟି ସାଇକେଲ ଜବତ କରିଛି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଟାଉନ ଥାନା ଅଧିକାରି ସୁଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande