ବିଷ୍ଣୁପୁର (ମଣିପୁର )27 ମଇ
(ହି.ସ)-ମଣିପୁର ପୋଲିସ ବିଷ୍ଣୁପୁର ଜିଲ୍ଲାର ନଚୌ ପଥୋଙ୍ଗ ଅଞ୍ଚଳରେ ଏକ ଅଭିଯାନ ଚଳାଇ ଜଣେ
ମହିଳାଙ୍କୁ ହେରୋଇନ ସହିତ ଗିରଫ କରିଛି।ଗିରଫ ମହିଳାଙ୍କ ପରିଚୟ ନଜିମା (42,ପତ୍ନୀ ମୋହମ୍ମଦ
ମହନ୍ଦଦୀନ,ବାସିନ୍ଦା କ୍ୱାକ୍ଟା ୱାର୍ଡ ନମ୍ବର 6 ଜିଲ୍ଲା ,ବିଷ୍ଣୁପୁର)ବୋଲି ଜଣାପଡିଛି।ପୋଲିସ
ଅଭିଯୁକ୍ତଙ୍କ ନିକଟରୁ 13 ସାବୁନଦାନୀ ପ୍ୟାକ ହୋଇଥିବା ସନ୍ଦିଗ୍ଧ ହେରୋଇନ ପାଉଡର ସମୁଦାୟ ଓଜନ
ପ୍ରାୟ 152 ଗ୍ରାମ (ପ୍ଲାଷ୍ଟିକ ପାଉଚ ସମେତ,ସାବୁନଦାନୀର ଓଜନ ପୃଥକ ଭାବରେ ମିଶାଇ )ଦୁଇଟି ମୋବାଇଲ
ହ୍ୟାଣ୍ଡସେଟ ତଥା ଏକ ଆଧାର କାର୍ଡ ଜବତ କରିଛି।ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ
କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା