ଅପରେସନ ସିନ୍ଦୂରର ସଫଳତା ଉଦ୍ଦେଶ୍ୟରେ ରକ୍ତଦାନ ଶିବିର
ଭୁବନେଶ୍ୱର,୩୦ ମଇ (ହି.ସ.) - ଅପରେସନ ସିନ୍ଦୂର'ର ସଫଳତା ଏବଂ ବୀର ଯବାନଙ୍କ ସାହସ ଓ ପରାକ୍ରମ ଉଦ୍ଦେଶ୍ୟରେ ତଥା ରକ୍ତଭାବ ପୂରଣ କରିବା ପାଇଁ ଏକାମ୍ର ନିର୍ବାଚନ ମଣ୍ଡଳୀର ଡୁମୁଡୁମା ଅଂଚଳରେ ଏକାମ୍ର ନିର୍ବାଚନ ମଣ୍ଡଳୀର ମହିଳା ମାନଙ୍କ ଦ୍ୱାରା ଆୟୋଜିତ ରକ୍ତ ଦାନ ଶିବିରକୁ ଏକାମ୍ର ବିଧାୟକ ବାବୁ ସିଂ
ଅପରେସନ ସିନ୍ଦୂରର ସଫଳତା ଉଦ୍ଦେଶ୍ୟରେ ରକ୍ତଦାନ ଶିବିର


ଭୁବନେଶ୍ୱର,୩୦ ମଇ (ହି.ସ.) - ଅପରେସନ ସିନ୍ଦୂର'ର ସଫଳତା ଏବଂ ବୀର ଯବାନଙ୍କ ସାହସ ଓ ପରାକ୍ରମ ଉଦ୍ଦେଶ୍ୟରେ ତଥା ରକ୍ତଭାବ ପୂରଣ କରିବା ପାଇଁ ଏକାମ୍ର ନିର୍ବାଚନ ମଣ୍ଡଳୀର ଡୁମୁଡୁମା ଅଂଚଳରେ ଏକାମ୍ର ନିର୍ବାଚନ ମଣ୍ଡଳୀର ମହିଳା ମାନଙ୍କ ଦ୍ୱାରା ଆୟୋଜିତ ରକ୍ତ ଦାନ ଶିବିରକୁ ଏକାମ୍ର ବିଧାୟକ ବାବୁ ସିଂ ଉଦଘାଟନ କରିଥିଲେ। ରକ୍ତଦାନ ଶିବିରରେ ଏକାମ୍ର ନିର୍ବାଚନ ମଣ୍ଡଳୀର ବହୁ ମହିଳା ମାନେ ଆସି ରକ୍ତଦାନ କରିଥିଲେ। ଏହି ଅବସରରେ ବିଧାୟକ ବାବୁ ସିଂ କହିଛନ୍ତି ଯେ,ଅପରେସନ ସିନ୍ଦୂରରେ ଭାରତୀୟ ସେନାର ପରାକ୍ରମ ସମ୍ମାନାର୍ଥେ ଏକାମ୍ର ନିର୍ବାଚନ ମଣ୍ଡଳୀର ମାତୃ ଶକ୍ତିଙ୍କ ଦ୍ୱାରା ଆୟୋଜିତ ଏହି ରକ୍ତ ଦାନ ଶିବିରରେ ଯୋଗଦେଇ ନିଜକୁ ଗର୍ବିତ ଅନୁଭବ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱରେ ଅପରେସନ ସିନ୍ଦୂରରେ ସଫଳତା ପାଇଁ ଭାରତୀୟ ସେନାର ଧୈର୍ଯ୍ୟ,ଶକ୍ତି,ସାମର୍ଥ୍ୟ ଆଗରେ ଆମେ ମୁଣ୍ଡ ନୁଆଇଁ ପ୍ରଣାମ କରୁଛୁ । ଅପରେସନ ସିନ୍ଦୂରରେ କର୍ଣ୍ଣେଲ ସୋଫିଆ କ୍ୟୁରେସି ଏବଂ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂଙ୍କ ନେତୃତ୍ୱ ଭାରତର ନାରୀ ଶକ୍ତି ଏବଂ ବଦଳୁଥିବା ଭାରତର ନିଦର୍ଶନ। ଏହି ରକ୍ତ ଦାନ ଶିବିରରେ ମା ଓ ଭଉଣୀମାନେ ବିପୁଳ ସଂଖ୍ୟାରେ ଯୋଗ ଦେଇଥିବାରୁ ଅନେକ ଅନେକ ଧନ୍ୟବାଦ ଜଣାଉଛି ବୋଲି ଶ୍ରୀ ସିଂ କହିଛନ୍ତି। ଆଜିର ଏହି ରକ୍ତ ଦାନ ଶିବିରରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ବିଜେପି ନେତା ଜିତୁ ପଟ୍ଟନାୟକ, ସୁମିତ୍ରା ଆଚାର୍ଯ୍ୟ,ସୁକାନ୍ତ ପାତ୍ର, ଅପର୍ତି ସୁନ୍ଦରାୟ, ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande