ଭୁବନ, ୩୦ ମଇ (ହି.ସ.) - ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ଆଜି ଶୁକ୍ରବାର ୧୫ ଜଣ ଦିବ୍ୟାଙ୍ଗଙ୍କୁ ହୁଇଲ ଚେୟାର ଓ ୫୪ ଜଣ ବାର୍ଦ୍ଧକ୍ୟ/ ବିଧବା ଙ୍କୁ ଭତା ବଂଟନ କରାଯାଇଥିଲା। କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷା ନଗର ବିଧାୟକଙ୍କ ପ୍ରତିନିଧି ସଞ୍ଜୟ ଦାସ ମୁଖ୍ୟ ଅତିଥି ଭାବେ ଓ ଉପାଧ୍ୟକ୍ଷ ମାନିନୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । କାଉନସିଲର ଗିରିଧାରୀ ସାହୁ,ନରେନ୍ଦ୍ର ବେହେରା,ପପୁ କୁମାର ସାହୁ,ସୁଶାନ୍ତ ନାୟକ, ମନ ମୋହନ ସାହୁ,କୃପାସିନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ରହି ଦିବ୍ୟାଙ୍ଗ ମାନଙ୍କୁ ହୁଇଲ ଚେୟାର ଓ ବାର୍ଦ୍ଧକ୍ୟ/ ବିଧବା ମାନଙ୍କୁ ଭତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୋଗ୍ରାମ ଅଫିସର ଗୁଣନିଧି ପାତ୍ରଙ୍କ ସମେତ ସମସ୍ତ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ସୁଶାନ୍ତ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ