ଡୁମୁର୍ତରେ ଚାଲିଛି ବେଆଇନ ଚର୍ଚ୍ଚ ନିର୍ମାଣ : ପ୍ରଶାସନ ନିରବ
ଚମ୍ପୁଆ, ୩୦ ମଇ (ହି.ସ.) - ଚମ୍ପୁଆ ଉପଖଣ୍ଡରେ ଦିନ କୁ ଦିନ ବେଆଇନ ଧର୍ମାନ୍ତରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଏହାର ଶିକାର ହେଉଛନ୍ତି ନିରୀହ ଆଦିବାସୀ ହିନ୍ଦୁ ମାନେ । ସରଳ ଆଦିବାସୀ ମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଖ୍ରୀଷ୍ଟଧର୍ମର ପ୍ରଚାରକ ମାନେ ସେମାନଙ୍କ ଧର୍ମ ପରିବର୍ତନ କରୁଥିବା ନ
ଡୁମୁର୍ତରେ ଚାଲିଛି ବେଆଇନ ଚର୍ଚ୍ଚ ନିର୍ମାଣ : ପ୍ରଶାସନ ନିରବ


ଚମ୍ପୁଆ, ୩୦ ମଇ (ହି.ସ.) - ଚମ୍ପୁଆ ଉପଖଣ୍ଡରେ ଦିନ କୁ ଦିନ ବେଆଇନ ଧର୍ମାନ୍ତରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଏହାର ଶିକାର ହେଉଛନ୍ତି ନିରୀହ ଆଦିବାସୀ ହିନ୍ଦୁ ମାନେ । ସରଳ ଆଦିବାସୀ ମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଖ୍ରୀଷ୍ଟଧର୍ମର ପ୍ରଚାରକ ମାନେ ସେମାନଙ୍କ ଧର୍ମ ପରିବର୍ତନ କରୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି। ଧର୍ମ ପରିବର୍ତନର ଗତିବିଧି ଚାଲିଥିବା ଗ୍ରାମ ଗୁଡିକରେ ବିଭିନ୍ନ ସମୟରେ ଉତେଜନା ପ୍ରକାଶ ପାଉଥିଲେ ମଧ୍ୟ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା ବେଳେ ଏବେ ଖ୍ରୀଷ୍ଟ ଧର୍ମ ପ୍ରଚାରକ ମାନେ ପାହାଡି ଇଲାକାରେ ଚର୍ଚ୍ଚ ନିର୍ମାଣ କରିବା ଆରମ୍ଭ କରି ଦେଇଥିବା ଦେଖିବାକୁ ମିଳିଛି। ଏହି ପରି ଏକ ବେଆଇନ ଚର୍ଚ୍ଚ ଚମ୍ପୁଆ ଉପଖଣ୍ଡସ୍ଥ ଯୋଡ଼ା ବ୍ଲକ ବଲାଣି ପଂଚାୟତ ଅନ୍ତର୍ଗତ ଡୁମୁର୍ତା ଗ୍ରାମରେ ନିର୍ମାଣ ଚାଲିଥିବା ଦେଖିବାକୁ ମିଳିଛି। ପୂର୍ବରୁ ଅଂଚଳର ଆଦିବାସୀ ମାନଙ୍କୁ ପ୍ରଲୋଭିତ କରି ବେଆଇନ ଧର୍ମାନ୍ତରୀକରଣ କରି ଆସୁଥିବା ଖ୍ରୀଷ୍ଟ ଧର୍ମ ର ପ୍ରଚାରକ ମାନେ ଏବେ ଡୁମୁର୍ତା ଗ୍ରାମରେ ଚର୍ଚ୍ଚ ନିର୍ମାଣ କରି ଆଖ ପାଖ ଅଂଚଳରେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଜୋରଦାର ପ୍ରୟାସ କରୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଯାହାକୁ ନେଇ ଅଂଚଳରେ ଚାପା ଉତେଜନା ଲାଗି ରହିଥିବା ଜଣା ପଡିଛି। ଚମ୍ପୁଆ ଉପଖଣ୍ଡ ଏକ ଆଦିବାସୀ ବହୁଳ ଅଂଚଳ ହୋଇ ଥିବାବେଳେ ଏହି ଉପଖଣ୍ଡର ପାହାଡିଆ ଅଂଚଳରେ ରହୁଥିବା ନିରୀହ ଆଦିବାସୀ ମାନଙ୍କ ପ୍ରତି ପ୍ରଶାସନର ନଜର ପଡ଼ୁ ନ ଥିବାରୁ ଖ୍ରୀଷ୍ଟ ଧର୍ମ ପ୍ରଚାରକ ମାନେ ଏହି ଅଂଚଳ ଗୁଡିକରେ ସରଳ ଆଦିବାସୀ ମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଇ ନିର୍ଦ୍ୱନ୍ଦରେ ଧର୍ମ ପରିବର୍ତନ କରାଉଥିବା କୁହା ଯାଉଛି। ତେବେ ପ୍ରଶାସନ ବେଆଇନ ଧର୍ମାନ୍ତରୀକରଣକୁ ଗୁରୁତର ସହ ନେଉ ନ ଥିବାରୁ ଚମ୍ପୁଆ ଉପଖଣ୍ଡରେ ବେଆଇନ ଧର୍ମ ପରିବର୍ତନ କାରୀଙ୍କ ଗତିବିଧି ଓ ପ୍ରାର୍ଦୁଭାବ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଗ୍ରାମ ଗୁଡିକରେ ଚାପା ଉତେଜନା ପ୍ରକାଶ ପାଇବାରେ ଲାଗିଛି ।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande