କାମାକ୍ଷାନଗରର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ
ଭୁବନେଶ୍ୱର, ୩୦ ମଇ (ହି.ସ.) ଓଡ଼ିଶାର ବରିଷ୍ଠ ରାଜନେତା ଏବଂ କାମାକ୍ଷାନଗର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ଗତକାଲି ରାତିରେ ଭୁବନେଶ୍ୱର ଥିବା ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସାଧୀନାବସ୍ଥାରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ପ୍ରସନ୍ନ ପଟ୍ଟନାୟକ ଓଡ଼
କାମାକ୍ଷାନଗରର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ


ଭୁବନେଶ୍ୱର, ୩୦ ମଇ (ହି.ସ.) ଓଡ଼ିଶାର ବରିଷ୍ଠ ରାଜନେତା ଏବଂ କାମାକ୍ଷାନଗର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ଗତକାଲି ରାତିରେ ଭୁବନେଶ୍ୱର ଥିବା ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସାଧୀନାବସ୍ଥାରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।

ପ୍ରସନ୍ନ ପଟ୍ଟନାୟକ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ଜଣେ ଜନପ୍ରିୟ ନେତା ଭାବରେ ପରିଚିତ ଥିଲେ ।

ତାଙ୍କର ବିୟୋଗ ଖବର ଶୁଣି ବିଭିନ୍ନ ରାଜନୈତିକ ଦଳର ନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ, ରାଜ୍ୟର ଉନ୍ନତିରେ ପ୍ରସନ୍ନ ପଟ୍ଟନାୟକଙ୍କ ଅବଦାନ କେବେ ଭୁଲିହେବ ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande